ଏବେ ଏହି ଦେଶରେ ରିଲିଜ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’, ନୂଆବର୍ଷରେ କରିବ ନୂଆ ରେକର୍ଡ

ପୁଣି ଥରେ ଟେଲିକାଷ୍ଟ ହେବ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଫିଲ୍ମ ଛିଛୋରେ। ୭ ଜାନୁଆରୀ ୨୦୨୨ ରେ ଦେଶବ୍ୟାପୀ ଏହି ଫିଲ୍ମ ସମସ୍ତ ଚୀନୀ ସିନେମା ହଲରେ ପ୍ରଦର୍ଶିତ ହେବ। ଜାତୀୟ ପୁରସ୍କାର ବିଜେତା ନିତେଶ ତିୱାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏବେ ଚୀନରେ ଲୋକମାନେ ଦେଖିବେ। ପ୍ରକାଶ ଯେ ୨୦୧୭ ମସିହାରେ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଦଙ୍ଗଲ ଚୀନରେ ରିଲିଜ ହୋଇଥିଲା। ସେତେବେଳେ ଏହି ଫିଲ୍ମ ସେଠାରେ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା।

ତେବେ ଫିଲ୍ମ ଛିଛୋରେ ଚୀନର ୧୦୦ରୁ ଅଧିକ ସହରରେ ଟେଲିକାଷ୍ଟ ହେବ। ଏହି ଫିଲ୍ମ ମଧ୍ୟ ହିଟ୍ ହେବ ବୋଲି ନିର୍ମାତା ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଛିଛୋରେ ଏକ ମୋଟିଭେସନାଲ ଫିଲ୍ମ। ଏଥିରେ କ୍ୟାରିଅର ଚାପ ଯୋଗୁ ଆତ୍ମହତ୍ୟା କରୁଥିବା ପିଲାଙ୍କ ପାଇଁ ପଜିଟିଭ ମେସେଜ ରହିଛି।

 

View this post on Instagram

 

A post shared by Nitesh Tiwari (@niteshtiwari22)


ଛିଛୋରେରେ ସୁଶାନ୍ତ ସିଂହ ରାଜପୁତଙ୍କ ସମେତ ଶ୍ରଦ୍ଧା କପୁର, ବରୁଣ ଶର୍ମା, ତାହିର ରାଜ ଭସୀନ, ପ୍ରତୀକ ବବର, ତୁଷାର ପାଣ୍ଡେ, ସହର୍ଷ କୁମାର ଶୁକ୍ଳା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମର ନିର୍ମାଣ ସାଜିଦ ନାଡିୟାଡବାଲାଙ୍କ ଦ୍ଵାରା ନାଡିୟାଡବାଲା ଗ୍ରାଣ୍ଡ ସନ ଏଣ୍ଟରଟେନମେଣ୍ଟ ପକ୍ଷରୁ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.