କୋଲକାତାରେ ପଶିଲା ଓମିକ୍ରନ, ପ୍ରଥମ କେସ୍ ଚିହ୍ନଟ ପରେ ବଢ଼ିଲା କଟକଣା

ପଶ୍ଚିମବଙ୍ଗରେ ବୁଧବାର କରୋନା ଭାଇରସ ସଂକ୍ରମଣର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିଛି। ମୁର୍ସିଦାବାଦ ଜିଲ୍ଲାରେ ୭ ବର୍ଷର ଏକ ପିଲାଠାରେ ଏହି ଭାଇରସ ଚିହ୍ନଟ ହୋଇଛି। ପ୍ରଥମ ଓମିକ୍ରନ କେସ୍ ବାହାରିବା ପରେ ରାଜ୍ୟ ସରକାର ବର୍ତ୍ତମାନର କରୋନା ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି ଓ ୧୫ ଜାନୁଆରୀ ୨୦୨୨ ଯାଏଁ ଏହାକୁ ବଢ଼ାଇ ଦେଇଛନ୍ତି।

ତେବେ ଇତିମଧ୍ୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବର୍ଷ ଶେଷରେ ନୂଆବର୍ଷ ପାଳନ ପାଇଁ ଏହି ନିୟମକୁ କିଛିକାଂଶରେ କୋହଳ କରାଯିବ। ୨୪ ଡିସେମ୍ବର ରୁ ୧ ଜାନୁଆରୀ ଯାଏଁ ବଡ଼ଦିନ ଓ ନୂଆ ବର୍ଷ ପାଳନ ପାଇଁ ଲୋକ ଓ ଗାଡ଼ି ଚଳାଚଳ ସମ୍ବନ୍ଧୀୟ ପ୍ରତିବନ୍ଧକକୁ କୋହଳ କରାଯିବ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଓମିକ୍ରନ ଭ୍ୟାରିଏଣ୍ଟ କରୋନା ସଂକ୍ରମଣର ଶିକାର ହୋଇଥିବା ପିଲାଟି ଆବୁଧାବିରୁ ହାଇଦ୍ରାବାଦ ହୋଇ ପଶ୍ଚିମବଙ୍ଗ ଆସିଛି। ସେ କୋଲକତା ଏୟାରପୋର୍ଟରୁ ମାଲଦା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଛି। ସେ ନିଜ ବାପା ମା ଙ୍କ ସହ ଆସିଥିବା ବେଳେ ଏୟାରପୋର୍ଟରେ ଟେଷ୍ଟ ବେଳେ ଓମିକ୍ରନ ସଂକ୍ରମିତ ଥିବା ଜଣା ପଡ଼ିଛି। ତେବେ ସେ ହାଇଦ୍ରାବାଦ ସହର ଭିତରେ ପଶିନଥିବା ସ୍ପଷ୍ଟ କରିଛି। ଏବେ ସେ କ୍ୱାରେଣ୍ଟାଇନରେ ଅଛି ଓ ସୁସ୍ଥ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.