YouTube ର ବାଦଶାହା ହେଲା T-Series, PewDiePie କୁ ପଛରେ ପକାଇ ହେଲା ବିଶ୍ବର ନମ୍ବର ୱାନ୍ ଚ୍ୟାନେଲ୍

ୟୁ ଟ୍ୟୁବ୍ ବାଦଶାହା ହେଲା ଟି ସିରିଜ୍ । ନିଜ ପ୍ରତିଦ୍ବନ୍ଦ୍ବି PewDiePie କୁ ପଛରେ ପକାଇ ବିଶ୍ବର ଏକ ନମ୍ବର ୟୁଟ୍ୟୁବ୍ ଚ୍ୟାନେଲ୍ ପାଲଟିଲା ଟି – ସିରିଜ୍ । ବର୍ତ୍ତମାନ ଟି-ସିରିଜର ସବସ୍କ୍ରାଇବର୍ ୯୦.୪୯ ମିଲ୍ୟିନ୍ ଥିବା ବେଳେ ସ୍ବିଡେଶ ୟୁଟ୍ୟୁବ୍ ଚ୍ୟାନେଲ୍ PewDiePie ର ସବସ୍କ୍ରାଇବର୍ ସଂଖ୍ୟା ହେଉଛନ୍ତି ୯୦.୪୭ ମିଲ୍ୟିନ୍ ।

ତେବେ ଉଭୟ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟରେ ନମ୍ବର ୱାନ ହେବାର ଯୁଦ୍ଧ ଦୀର୍ଘ ଦିନ ଧରି ଲାଗିଥିଲା । ଏପରିକି ସୋସିଆଲ୍ ମିଡିଆରେ ଭାରତ ଭୂଷଣ #BharatWins ଅଭିଯାନ ଆରମ୍ଭ କରିଥିଲେ । ଆଉ ଏହି ଅଭିଯାନ ମାଧ୍ୟମରେ ଟି – ସିରିଜ୍ କୁ ବିଶ୍ବର ଏକ ନମ୍ବର ୟୁଟ୍ୟୁବ୍ ଚ୍ୟାନେଲ୍ କରିବାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ୍ କରିଥିଲେ ।

ପ୍ୟୁଡିପାଏ ସହ ଏହି ଯୁଦ୍ଧରେ ଭୂଷଣ କୁମାରଙ୍କ ସାହାଯ୍ୟ କରିଥିଲେ ଅନେକ ନାମୀଦାମୀ ବଲିଉଡ୍ ସେଲିବ୍ରିଟି । ସଲମାନ୍ ଖାନ୍,ଆମୀର ଖାନ୍,ପ୍ରଭାସ, ବରୁଣ ଧୱନ, ଅର୍ଜୁନ କପୁର ଏବଂ ଜନ୍ ଅବ୍ରାହମଙ୍କ ପରି ଅନେକ ସେଲିବ୍ରିଟି ଭୂଷଣ କୁମାରଙ୍କ ଏହି ଅଭିଯାନରେ ସାମିଲ୍ ହୋଇଥିଲେ । ଏବଂ ଟ- ସିରିଜକୁ ବିଶ୍ବର ନମ୍ବର ୱାନ୍ ଚ୍ୟାନେଲ କରିବାରେ ଦେଶବାସୀଙ୍କୁ ଅପିଲ୍ କରିଥିଲେ । ସୂଚନାଯୋଗ୍ୟ, ୧୩ ମାର୍ଚ୍ଚ ୨୦୦୬ରେ ଆରମ୍ଭ ହୋଇଥିଲା ଟି – ସିରିଜ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.