ଅଭିନେତ୍ରୀ ତାପସୀ ପନ୍ନୁ ସୋସିଆଲ ମିଡିଆରେ ଏପରି ଫଟୋ କଲେ ଶେୟାର କି ଚିନ୍ତାରେ ପଡିଲେ ଫ୍ୟାନ୍ସ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଖୁବ ଭୟଙ୍କର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ତାପସୀଙ୍କ ହାତ ଜଳିଯାଇଥିବା ଦେଖିବାକୁ ମିଳିଥିବା ବେଳେ ଦୁଇ ଗୋଡ ପ୍ଳାଷ୍ଟର ନଜର ଆସିଛି। ଏହି ଫଟୋକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏପରିକି ତାଙ୍କ ସାଙ୍ଗ ଏବଂ ଫ୍ୟାନ୍ସ ମାନେ ତାଙ୍କୁ ନିଜର ଧ୍ୟାନ ରଖିବା ପାଇଁ କହିଥିବା ବେଳେ ଶୀଘ୍ର ସୁସ୍ଥ ହେବା ପାଇଁ କହିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ତାପସୀ ପନ୍ନୁ ଏବେ ତାଙ୍କ ଆଗମୀ ଫିଲ୍ମ ଗେମ୍ ଓଭରର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଅଭିନେତ୍ରୀ ଫଟୋ ଶେୟାର କରିବା ସହ ଏହାର କ୍ୟାପସନରେ ଲେଖିଛନ୍ତି “୨୫ ଦିନ ପର‌୍ୟ୍ୟନ୍ତ ଥଣ୍ଡାରେ ସିଫନ ଶାଢ଼ୀ ପିନ୍ଧି ସୁଟିଂ କରିବା ଖୁବ କଷ୍ଟକର ଥିଲା ଏଣୁ ମୁଁ ଏବେ ଏହି ଉପାୟ ଆପଣାଇଛି”।


ତେବେ କିଛି ବିଶେଷ ସୂତ୍ରରୁ ଜଣାପଡିଛି ତାପସୀ ଫିଲ୍ମ ଗେମ୍ ଓଭରର ସୁଟିଂ ସେଟରେ ଆହତ ହୋଇଛନ୍ତି। ଯାହା ଫଳରେ ତାଙ୍କର ଏପରି ଅବସ୍ଥା ହୋଇଛି। ତାପସୀଙ୍କ ଅଭିନିତ ‘ଗେମଓଭର’ ଫିଲ୍ମଟି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭାଷାରେ ୧୪ ଜୁନରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ସେ ଏକ ଭିଡିଓ ଗେମ୍ ପ୍ରୋଗ୍ରାମରର ଚରିତ୍ର ତୁଲାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.