ଇତିହାସ ରଚିଲେ ରୋହିତ୍, ଭାଙ୍ଗିଲେ ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ

ଇତିହାସ ରଚିଲେ ରୋହିତ୍ । ମାଷ୍ଟରବ୍ଲାଷ୍ଟର ସଚିନଙ୍କୁ ପଛରେ ପକାଇଲେ ହିଟ୍ ମ୍ୟାନ୍ । ପାଂଚ ଥର ବିଶ୍ବବିଜେତା ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ରନ ପୂରଣ କରିଛନ୍ତି ରୋହିତ୍ । ଏହା ସହ ଅଷ୍ଟ୍ରେଲିଆ ବିରୋଧରେ ସବୁଠାରୁ ଦ୍ରୁତ ଗତିରେ ୨୦୦୦ ରନ କରିବାରେ ପ୍ରଥମ ଖେଳାଳି ମଧ୍ୟ ବନି ଯାଇଛନ୍ତି ।

ରୋହିତଙ୍କ ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଏହି ରେକର୍ଡ ଥିଲା। ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ୪୦ଟି ଇନିଂସରେ ୨୦୦୦ ରନ ପୂରଣ କରିଥିଲେ। ତାଙ୍କ ପୂର୍ବରୁ ଭିଭିଆନ ରିଚାର୍ଡ୍ସ ୪୪ ଇନିଂସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୦୦୦ ରନ ପୂରଣ କରିଥିଲେ। ହେଲେ ରୋହିତ ମାତ୍ର ୩୭ଟି ଇନିଂସରେ ଏହି ମାଇଲଷ୍ଟୋନ ପାର କରିଛନ୍ତି।

ଓଭାଲରେ ଖେଳାଯାଉଥିବା ମ୍ୟାଚରେ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚରେ ରୋହିତ ଏବଂ ଶିଖର ଧଓ୍ଵନଙ୍କ ଯୋଡି ୧୨୭ ରନର ବଡ଼ ସ୍କୋର କରି ଭାରତର ମୂଳଦୁଆ ପକାଇଛନ୍ତି । ତେବେ ରୋହିତ ୫୭ ରନ କରି ଆଉଟ୍ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.