ଜନ୍ମ ପରେ ରାହୁଲଙ୍କୁ ପ୍ରଥମେ କୋଳରେ ଧରିଥିଲେ ଏହି ମହିଳା, ୪୯ ବର୍ଷ ପରେ ଭେଟିଲେ କଂଗ୍ରେସ୍ ଅଧ୍ୟକ୍ଷ

କେରଳ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ୱାଇନଡରେ ତିନି ଦିନ ଭ୍ରମଣ କରିବାକୁ ଯାଇଛନ୍ତି।ଏହି ଅବସରରେ ରବିବାର ଦିନ ଖୋଝୀକୋଡରେ ନିଜ ସମର୍ଥକଙ୍କ ସହ ରୋଡ ଶୋ କରିଥିଲେ। ଏହି ରୋଡ ଶୋ କରିବାର କିଛି ସମୟ ପୂର୍ବରୁ ରାଜମ୍ମା ନାମକ ଜଣେ ଅବସର ପ୍ରାପ୍ତ ନର୍ସଙ୍କ ସହ ଦେଖା କରିଥିଲେ। ରାଜମ୍ମା ହେଉଛନ୍ତି ସେହି ମହିଳା ଯିଏ ୪୯ ବର୍ଷ ତଳେ ଦିଲ୍ଲୀର ଏକ ହସ୍ପିଟାଲରେ ରାହୁଲଙ୍କୁ ଜନ୍ମ ବେଳେ ପ୍ରଥମେ କୋଳରେ ଧରିଥିଲେ ।

ରାହୁଲ ଗାନ୍ଧୀ ରହୁଥିବା ଗେଷ୍ଟ ହାଉସରେ ରାଜମ୍ମା ଓ ତାଙ୍କ ପରିବାର ଲୋକ ରାହୁଲଙ୍କୁ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ରାହୁଲ ରାଜମ୍ମାଙ୍କୁ ଦେଖି ତାଙ୍କ ହାତ ଧରି ତାଙ୍କୁ ଆଲିଙ୍ଗନ କରିଥିଲେ। ୱାଇନଡ ଗ୍ରସ୍ତର ଶେଷ ଦିନ ଥିଲେ ବି, ରାହୁଲ ରାଜମ୍ମା ଓ ତାଙ୍କ ପରିବାର ପାଇଁ ସମୟ କାଢିଥିଲେ। ରାଜମ୍ମା ଓ ତାଙ୍କ ପରିବାରଙ୍କ ସହ ମିଶିବା ପରେ ରାହୁଲ ଦଳର କିଛି କର୍ମୀ ଓ ରାଜମ୍ମାଙ୍କ ପରିବାର ସହ ଫଟୋ ମଧ୍ୟ ଉଠାଇଥିଲେ।

ଜାଣନ୍ତୁ କିଏ ଏହି ‘ରାଜମ୍ମା’

Rahul-Gandhi-meets-delivery-nurseଦିଲ୍ଲୀର ହୋଲି ଫ୍ୟାମିଲ ହସ୍ପିଟାଲରେ ନର୍ସିଂ ପାଠପଢା ପୁରା କରିବା ପରେ ରାଜମ୍ମା ଭରତୀୟ ସେନାରେ ନର୍ସର ଚାକିର ପାଇଥିଲେ। ୧୯ଜୁନ ୧୯୭୦ରେ ରହୁଲ ଗାନ୍ଧୀ ଜନ୍ମ ହେବା ସମୟରେ ରାଜମ୍ମା ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ରାଜମ୍ମା ଆଶା ରଖିଥିଲେ ଯେ, ଆସନ୍ତା ଥର ଯେବେ ରାହୁଲ ଗାନ୍ଧୀ ୱାଇନଡ ଆସିବେ ତେବେ ସେହି ସମୟରେ ସେ ଦେଖା କରିବେ। ଶେଷରେ ରାଜମ୍ମାଙ୍କ ଅପେକ୍ଷା ଶେଷ ହେଲା ଓ ରାହୁଲ ଗାନ୍ଧୀ ତାଙ୍କୁ ମା ଭଳି ଆଲିଙ୍ଗନ କରିଥିଲେ।

ରାହୁଲ ଭାରତୀୟ କି ନାହିଁ ଉଠୁଥିବା ପ୍ରଶ୍ନକୁ ନେଇ ରାଜମ୍ମା କହିଛନ୍ତି, ରାହୁଲ ଭାରତରେ ଜନ୍ମ ହୋଇଥିବାର ପ୍ରମାଣ ମୁଁ ଜଣେ ହିଁ ଅଛି ଆଉ ମୋର ଏହା ସ୍ବଭାଗ୍ୟ ତାଙ୍କୁ ପ୍ରଥମେ ମୁଁ କୋଳରେ ଧରିଥିଲି ।