ବଲିଉଡ୍ ଅଭିନେତ୍ରୀ ତବୁଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍, ମେସେଜ୍ ସେୟାର କରି ଫ୍ୟାନ୍ଙ୍କୁ କଲେ ସତର୍କ
ଦୀର୍ଘ ଦିନ ହେବ ବହୁ ବଲିଉଡ୍ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହେଉଥିବା ଦେଖିବାକୁ ମିଳୁଛି। ଏବେ ଏହି ତାଲିକାରେ ଅଭିନେତ୍ରୀ ତବୁ ବି ସାମିଲ ହୋଇଛନ୍ତି। ତବୁଙ୍କ ଆକାଉଣ୍ଟ ବି ହ୍ୟାକ୍ ହୋଇଛି। ଏନେଇ ତବୁ ନିଜେ ଇନ୍ଷ୍ଟାଗ୍ରାମ୍ରେ ସୂଚନା ଦେଇଛନ୍ତି। ତବୁ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଏନେଇ ସୂଚନା ଦେଇ ସମସ୍ତ ଫଲୋୟର୍ସ ଓ ଫ୍ୟାନ୍ଙ୍କୁ ସତର୍କ କରିଛନ୍ତି।
ତବୁ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ସମସ୍ତ ଫଲୋୟର୍ସଙ୍କ ପାଇଁ ଏକ ମେସେଜ୍ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ହ୍ୟାକ୍ ଆଲର୍ଟ, ମୋ ଆକାଉଣ୍ଟ ହ୍ୟାକ୍ କରିଦିଆଯାଇଛି। ଦୟା କରି ମୋ ଆକାଉଣ୍ଟରେ ସେୟାର କରାଯାଇଥିବା କୌଣସି ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସୁସ୍ମିତା ସେନ୍ଙ୍କ ଝିଅର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା। ସେତେବେଳେ ସୁସ୍ମିତା ମେସେଜ୍ ସେୟାର କରି କହିଥିଲେ, କିଛି ମୁର୍ଖ ଲୋକ ତାଙ୍କ ଝିଅ ରିନୀଙ୍କ ଆକାଉଣ୍ଟ ହ୍ୟାକ୍ କରି ଦେଇଛନ୍ତି। ସେ ତାହାର ସ୍କି୍ରନ୍ ସର୍ଟ ନିଜ ପେଜ୍ରେ ସେୟାର କରି ଲେଖିଥିଲେ, ‘ହ୍ୟାକ୍ଡ। ଦୟାକରି ଧ୍ୟାନ ଦିଅନ୍ତୁ। ମୋ ଝିଅ ରିନୀର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଆକାଉଣ୍ଟ ହ୍ୟାକ୍ କରିଥିବା ଲୋକଙ୍କ ନିମ୍ନ ଚିନ୍ତାଧାରା ପାଇଁ ମତେ ଖରାପ ଲାଗୁଛି’। ତେବେ ସୁସ୍ମିତାଙ୍କ ବ୍ୟତୀତ ଈଶା ଦେଓଲ ଓ ଫରାହ ଖାନ୍ ମଧ୍ୟ ଏଭଳି ମେସେଜ୍ କରିଥିବା ଦେଖିବାକୁ ମିଳିଥିଲା।