ଲକଡାଉନରେ ବାପା ସୈଫଙ୍କ ସହ ମିଶି ପେଣ୍ଟିଂ କଲେ ପୁଅ ତୈମୁର, କରୀନା ଦେଲେ ଏଭଳି ପ୍ରତିକ୍ରିୟା

କରୋନା ଭାଇରସର ପ୍ରଭାବ କମ କରିବା ପାଇଁ ସମଗ୍ର ଦେଶରେ ଲକଡାଉନ ଜାରି କରାଯାଇଛି। ଏହାର ପ୍ରଭାବ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା କଳାକାରମାନେ ବର୍ତ୍ତମାନ ଘରେ ବନ୍ଦ ହୋଇ ରହିଛନ୍ତି। ଏହିକାରଣରୁ ସେମାନେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି। ଏନେଇ ସୋସିଆଲ ମିଡିଆରେ କରିନା କପୁର ଖାନ କହିଛନ୍ତି, ଲକଡାଉନରେ ଦେଖନ୍ତୁ ମୋ ପତି ଏବଂ ପୁଅ ଉପରେ କିପରି ଇଫେକ୍ଟ ପଡୁଛି।

taimur

କରିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୈଫ ଏବଂ ତୈମୁରଙ୍କ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ବାପା ଓ ପୁଅ ପେଣ୍ଟିଂ କରୁଥିବାର ନଜର ଆସିଛନ୍ତି। ସର୍ବ ପ୍ରଥମେ କରିନା ପତି ପେଣ୍ଟ କରୁଥିବାର ଫଟୋ ସେୟାର କରି ଲେଖିଛନ୍ତି, “ଯେତେବେଳେ ସୈଫ ମତେ କହିଥିଲେ ମୁଁ ତୁମ ପାଇଁ ଫୁଲ ନେଇ ଆସିଛି ସେ ସମୟରେ ମୋ ମନରେ ଅଲଗା ଭାବନା ଆସିଥିଲା। ମୁଁ ଭାବିଥିଲି କଣ କ୍ବାରେଣ୍ଟିନ ଗିଫ୍ଟ ଏପରି ହୋଇଥାଏ।”

rr

ଏହାପରେ କରିନା ଲାଡ଼ଲେ ତୈମୁରର ଫଟୋ ସେୟାର କରିଥିଲେ। ପୁଅର ଫଟୋ ସେୟାର କରିବା କରିନା ଲେଖିଛନ୍ତି, କୌଣସି କାନ୍ଥ ତୁମର ରଚନାତ୍ମକତାକୁ ରୋକି ପାରିବ ନାହିଁ।” ଏହାବ୍ୟତୀତ କରିନା ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ବାପା ଓ ପୁଅର ପେଣ୍ଟିଂରେ କିପରି ଥିଲା କରିନାଙ୍କ ରିଏକ୍ସନ ତାହା ସ୍ପଷ୍ଟ ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.