ବଢୁଛି ଅନଲାଇନ ଶିକ୍ଷାର ଚାହିଦା, ଡ଼ିଜିଟାଲ ପାଠ୍ୟକ୍ରମକୁ ପସନ୍ଦ କରୁଛନ୍ତି ବୟସ୍କ

କରୋନା ଯୋଗୁଁ ସାରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ପିଲାମାନେ ସ୍କୁଲ ଯିବାକୁ ଅସମର୍ଥ । ଏପରିସ୍ଥଳେ ସ୍କୁଲ କଲେଜ ଗୁଡିକ ଅନଲାଇନ୍ କ୍ଲାସେସ୍ ଆରମ୍ଭ କରିଦେଇଛନ୍ତି । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ସବୁଆଡେ ଏବେ ଡିଜିଟାଲ୍ କ୍ଲାସ୍ ଚାଲିଛି । ପିଲାମାନେ ମଧ୍ୟ ଏଥିରୁ ବହୁତ ଉପକୃତ ହେଉଛନ୍ତି । ପିଆରସନ୍ ଅଧ୍ୟୟନ ଅନୁଯାୟୀ, 66% ବୟସ୍କମାନେ ଅନଲାଇନ୍ ଶିକ୍ଷାକୁ ପସନ୍ଦ କରନ୍ତି ।

Kendriya Vidyalaya to conduct live classes on YouTube, Facebook ...

ଏକ ରିପୋର୍ଟ ଅନୁଯାୟୀ, ଦେଶରେ ଲକଡାଉନ ଯୋଗୁଁ ଅନଲାଇନ୍ ପାଠ୍ୟକ୍ରମ ତିନି ଗୁଣ ବୃଦ୍ଧି ପାଇଛି । କିଛି ଅନଲାଇନ୍ ପ୍ଲାଟଫର୍ମ ଦାବି କରିଛି ଯେ ଗତ ବର୍ଷ ସମାନ ସମୟ ତୁଳନାରେ ଏଥର 70% ନୂତନ ପଞ୍ଜିକରଣ ହୋଇଛି । କରୋନା ଏବଂ ଲକଡାଉନର ଏହି ଯୁଗରେ ଡିଜିଟାଲ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଅନଲାଇନ୍ ଶିକ୍ଷା ପାଇଁ ସରକାର ମଧ୍ୟ ଅନୁମତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.