ତାମିଲ ତଥା ହିନ୍ଦୀ ଅଭିନେତା ପବନ ସିଂଙ୍କ ଦେହାନ୍ତ, ୨୫ ବର୍ଷ ବୟସରେ ଆସିଲା ହୃଦ୍ଘାତ
ତାମିଲ ଏବଂ ହିନ୍ଦୀର ଅନେକ ସିରିଅଲରେ କାମ କରିଥିବା ୨୫ ବର୍ଷୀୟ ଅଭିନେତା ପବନ ସିଂଙ୍କ ପରଲୋକ ହୋଇଛି । ତେବେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି ।

ତାମିଲ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ଲୋକପ୍ରିୟ ହିନ୍ଦୀ ଏବଂ ତାମିଲ ଷ୍ଟାର ପବନ ସିଂଙ୍କ ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଛି । ମାତ୍ର ୨୫ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ଘରେ ହୋଇଛି । ତାଙ୍କ ମୃତ୍ୟୁରେ ତାମିଲ ଇଣ୍ଡଷ୍ଟ୍ରୀକୁ ବଡ ଝଟକା ଲାଗିଛି ।
ପବନ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ରହୁଥିଲ । ତେଣୁ ପବନଙ୍କ ମୃତଦେହକୁ ମୁମ୍ବାଇରୁ ପୈତୃକ ସ୍ଥାନ ମାଣ୍ଡ୍ୟାକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ପବନ କର୍ଣ୍ଣାଟକର ବାସିନ୍ଦା ହୋଇଥିବା ସତ୍ତ୍ୱେ କାମ ଯୋଗୁଁ ମୁମ୍ବାଇରେ ରହୁଥିଲେ । ସେ ହିନ୍ଦୀ ଏବଂ ତାମିଲ ସିରିଅଲରେ କାମ କରିସାରିଛନ୍ତି । ତାଙ୍କ ମୃତ୍ୟୁରେ ପରିବାରକୁ ଝଟକା ଲାଗିଛି ।
ପବନଙ୍କ ମୃତ୍ୟୁରେ ମାଣ୍ଡ୍ୟା ବିଧାୟକ ଏଚଟି ମଞ୍ଜୁ, ପୂର୍ବ ବିଧାୟକ କେବି ଚନ୍ଦ୍ରଶେଖର, ପୂର୍ବମନ୍ତ୍ରୀ କେସି ନାରାୟଣ ଗୌଡା, ପୂର୍ବ ବିଧାୟକ ବି ପ୍ରକାଶ, ଟିଏପିସିଏମଏସର ଅଧ୍ୟକ୍ଷ ବିଏଲ ଦେବରାଜୁ ଶୋକ ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ଥାଇଲାଣ୍ଡରେ ଛୁଟି ମନାଉଥିବା ବେଳେ ହାର୍ଟଆଟାକ ଯୋଗୁଁ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ସ୍ପନ୍ଦନା ଥାଇଲାଣ୍ଡରେ ଥିବାବେଳେ ହଠାତ୍ ହୃଦ୍ଘାତ ଆସିଥିଲା। ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦକ୍ଷିଣ ଭାରତୀୟ ସୁପରଷ୍ଟାର ପୁନୀତ୍ ରାଜକୁମାର ୪୬ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।