‘ତେଜସ୍’ର ପାଇଲଟ୍ ହେଲେ କଙ୍ଗନା ରାଣାଓ୍ଵତ୍, ଫାଷ୍ଟ ଲୁକ୍ ଜାରି, ସୋସିଆଲ ମିଡିଆରେ ଭାଇରାଲ
କିଛି ସପ୍ତାହ ପୂର୍ବରୁ କଙ୍ଗନା ରାଣାଓ୍ଵତ୍ ନିଜ ଅଭିନୀତ ‘ତେଜସ୍’ ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ଏଥିରେ ସେ ଭାରତୀୟ ବାୟୁସେନା(ଆଇଏଏଫ୍) ପାଇଲଟ୍ର ଭୂମିକା ନିଭାଇବେ ବୋଲି ଜଣାଇଥିଲେ। ଏବେ ଫିଲ୍ମ ନିର୍ମାତା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍ ଜାରି କରିଛନ୍ତି।
‘ତେଜସ୍’, କଙ୍ଗନାଙ୍କ ଦ୍ୱାରା ଅଭିନୀତ ଜଣେ ସାହସୀ ଫାଇଟର ପାଇଲଟ୍ଙ୍କ କାହାଣୀ। କଙ୍ଗନାଙ୍କ ଏହି ନୂଆ ଅବତାରକୁ ଦେଖି ଫ୍ୟାନ୍ମାନେ ବେଶ୍ ପ୍ରଶଂସା କରିଛନ୍ତି। ଫାଷ୍ଟ ଲୁକ୍ରୁ କଙ୍ଗନା ବାଜି ମାରିନେଇଛନ୍ତି, ଯେଉଁ କାରଣରୁ ଏହି ଫଟୋ ଶେୟାର ହେବା କ୍ଷଣି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଯାଇଛି।
ତେଜସ୍କୁ ନେଇ ଅଭିନେତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି। କିଛିଦିନ ପୂର୍ବେ ସେ କହିଥିଲେ, ‘ମୁଁ ସବୁବେଳେ ସୈନିକଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲି। ପିଲାବେଳୁ ହିଁ ଏୟାରଫୋର୍ସ ଆଡ଼କୁ ମୋର ଆକର୍ଷଣ ରହିଥିଲା। ମୁଁ ନିଜ ଦେଶର ଯବାନମାନଙ୍କ ପାଇଁ କେବେ ବି ନିଜ ଭାବନାକୁ ରୋକିନାହିଁ। ସବୁବେଳେ ମୁଁ ଏହା ବିଷୟରେ ଖୋଲିକି କହିଛି। ସେମାନଙ୍କ ସାହସକୁ ମୁଁ ଅନୁଭବ କରିଛି’।
ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବିଷୟରେ ସେ କହିଥିଲେ ଯେ ‘ଯେବେଠାରୁ ସେ ତାଙ୍କ ବିଷୟରେ ଜାଣିଲେ, ସେବେଠାରୁ ତାଙ୍କ ଷ୍ଟୋରୀ ଜାଣିବାକୁ ବେଶ୍ ଉତ୍ସୁକ ଅଛନ୍ତି’।