୩୯ ବର୍ଷ ବୟସରେ ଚାଲିଗଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର କମେଡି କିଙ୍ଗ ବେଣୁ ମାଧବ

ଚିକିତ୍ସାଧୀନ ଅବସ୍ଥାରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ କଳାକାର ବେଣୁ ମାଧବଙ୍କର ପରଲୋକ ହୋଇଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଆଜି ଦିନ ୧୨ ଟା ୨୦ ସମୟରେ ବେଣୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ୩୯ ବର୍ଷୀୟ କଳାକାର ବହୁ ଦିନ ଧରି ଯକୃତ ଓ ବୃକକ ଜନିତ ରୋଗରେ ପୀଡିତ ଥିଲେ ।

ତେଲେଙ୍ଗାନାରେ କୋଡେଡରେ ଜନ୍ମଗ୍ରହଣ କରିଥିବା ବେଣୁ ମାଧବ ଜଣେ ସଫଳ ହାସ୍ୟ କଳାକାର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ହଙ୍ଗାମା, ଆର୍ଯ୍ୟ, ଦିଲ ଭଳି ଫିଲ୍ମରେ କାମ କରିସାରିଛନ୍ତି।

ଏହାସହ ପଢ଼ନ୍ତୁ ; ଜେଲରୁ ଫେରିଲେ ‘ପ୍ୟାଡମ୍ୟାନ’ ପ୍ରଯୋଜିକା ପ୍ରେରଣା, କହିଲେ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛି

87

ଫିଲ୍ମ ‘ସମ୍ପ୍ରଦାୟ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଣୁ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ଭଲ ପାଇବା ପାଇଥିଲେ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରହିଟ ଅଭିନେତା ରବି ତେଜା ଓ ବ୍ରହ୍ମାନନ୍ଦମଙ୍କ ସହ ତାଙ୍କ କମେଡି ଅଭିନୟ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା । ତେବେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ବେଣୁ ମାଧବ କିଛି ଦିନ ହେଲା ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ରଖିଥିଲେ ।

ଏହାପରେ ସେ ରାଜନୀତିରେ ପାଦ ଥାପିଥିଲେ । ଗତ ନିର୍ବାଚନରେ ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇ ପ୍ରଚାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.