କରୋନା କବ୍ଜାରେ ତେଲୁଗୁ ଷ୍ଟାର ଜୁନିୟର ଏନଟିଆର, ସୋସିଆଲ ମିଡିଆରେ ନିଜେ ଦେଲେ ସୂଚନା

ତେଲୁଗୁ ଷ୍ଟାର ଜୁନିୟର ଏନଟିଆରଙ୍କୁ କରୋନା। ସୋମବାର ଦିନ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କରୋନା ସଂକ୍ରମିତ ହୋଇଥିବା ନେଇ ଏନଟିଆର ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ନିଜକୁ କ୍ୱାରେଣ୍ଟାଇନ୍ କରିଛି। ଏବେ ମୋ ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ ଯେ ଜୁନିୟର ଏନଟିଆର ଏବେ ଏସଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆରଆରଆର’ ର ସୁଟିଂ କରୁଥିଲେ। କିନ୍ତୁ ବର୍ତ୍ତମାନର କରୋନା ସ୍ଥିତି ଯୋଗୁ ସମସ୍ତ ସୁଟିଂ ବନ୍ଦ ରହିଛି।

ଅନ୍ୟପଟେ ଜୁନିୟର ଏନଟିଆର ନିଜ ଫ୍ୟାନଙ୍କୁ ଆଦୌ ବ୍ୟସ୍ତ ନ ହେବା ପାଇଁ ଅନୁରୋଧ କରିଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, କେହି ଅଯଥା ଚିନ୍ତା ନ କରିବାକୁ କହିଛନ୍ତି ଅଭିନେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.