Below header

କଙ୍ଗନା ରାଣାଓ୍ଵତ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର, ଏହି ଦିନ ହଲ୍‌ରେ ରିଲିଜ୍‌ ହେବ ଫିଲ୍ମ ‘ଥଲାଇବି’

ତାମିଲନାଡ଼ୁର ଦିବଂଗତ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ଅଭିନେତ୍ରୀ ଜେ.ଜୟଲଲିତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଥଲାଇବି’ ସେପ୍ଟେମ୍ବର ୧୦ରେ ଫିଲ୍ମ ହଲରେ ରିଲିଜ୍‌ ହେବ। କଙ୍ଗନା ରାଣାଓ୍ଵତଙ୍କ ଅଭିନୀତ ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ତିନୋଟି ଭାଷାରେ ରିଲିଜ ହେବ।

ଅକ୍ଷୟ କୁମାରଙ୍କ ‘ବେଲ ବଟମ୍‌’ ପରେ କଙ୍ଗନା ରାଣାଓ୍ଵତଙ୍କ ଥଲାଇବି ଦ୍ୱିତୀୟ ବଡ଼ ଫିଲ୍ମ ଭାବେ ସିନେମା ହଲ୍‌କୁ ଆସିବ। ତେବେ ପୂର୍ବରୁ କୁହାଯାଉଥିଲା ଯେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। କିନ୍ତୁ ଏବେ ଏହା ଦେଶର ସବୁ ଫିଲ୍ମ ହଲରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଥିଏଟରରେ ରିଲିଜ ହେବା ପରେ ଥଲାଇବି ହିନ୍ଦୀରେ ନେଟ୍‌ଫ୍ଲିକ୍ସରେ ଜାରି ହେବ। ଏଥିସହ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍‌ ଭାଷାରେ ପ୍ରାଇମ୍‌ ଭିଡିଓରେ ଜାରି କରାଯିବ।

 

View this post on Instagram

 

A post shared by Kangana Ranaut (@kanganaranaut)

ସୋମବାର ଦିନ କଙ୍ଗନା ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ପୋଷ୍ଟର ସେୟାର କରି ଏନେଇ ସୂଚନା ଦେଇଥିଲେ। ସେ ଲେଖିଥିଲେ- ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ କାହାଣୀ କେବଳ ବଡ଼ ପରଦାରେ ହିଁ ଦେଖିବାକୁ ଯୋଗ୍ୟ। ହ୍ୟାସଟ୍ୟାଗ୍‌ ଥଲାଇବି ପାଇଁ ରାସ୍ତା ପ୍ରଶସ୍ତ କର। ଏହା ସିନେ ଜଗତରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଥଲାଇବି ୧୦ ସେପ୍ଟେମ୍ବରରେ ସିନେମା ହଲ୍‌କୁ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.