ଯାଜପୁର: ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୫ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

ଯାଜପୁର(କେନ୍ଯୁଜ୍): ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୫ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଝାଲପଡା ଗ୍ରାମରେ ଗତକାଲି ରାତିରେ ଘଟିଛି ଏହି ଅଘଟଣ। ତେବେ ଗତକାଲି ରାତିରେ ଗ୍ରାମର ଗଦାଧର ବାରିକଙ୍କ ପରିବାର ଲୋକେ ଖାଇପିଇ ଶୋଇପଡିଥିଲେ। ଏହା ପରେ ଘରେ ହଠାତ ନିଆଁ ଲାଗିଯାଇଥିଲା।

ଘର ଭିତରେ ଗରମ ହେବାରୁ ଘର ଲୋକେ ଘର ଜଳୁଥିବା ଦେଖିବାକୁ ପାଇ ଚିତ୍କାର କରିଥିଲେ । ପଡୋଶୀ ଲୋକେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଆୟତ କରିପାରି ନଥିଲେ। ଘର ଭିତରେ ଥିବା କୌଣସି ସାମଗ୍ରୀ ଉଦ୍ଧାର ହୋଇପାରିନଥିଲା । ଫଳରେ ଚାହୁଁ ଚାହୁଁ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ରୋଷେଇ ଘର ଚୁଲିରୁ ନିଆଁ କୁହୁଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.