ଜଳହସ୍ତୀ ପିଠି ଉପରେ ବସି ଯାତ୍ରା କରୁଥିଲେ କଇଁଛ, ଯେମିତି ହିଁ ଲାଗିଲା ଝଟକା ତ ଗୋଟିଏ ଗୋଟିଏ କରି ଖସି ପଡ଼ିଲେ ତଳକୁ, ଦେଖିନ୍ତୁ Video

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଏକ ଜଳହସ୍ତୀ ପିଠି ଉପରେ ଅନେକଗୁଡ଼ିଏ କଇଁଛ ବସିଥିବାର ନଜର ଆସୁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଧା ରମନ ଟ୍ଵିଟରରେ ସେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

୨୮ ସେକେଣ୍ଡର ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ପାଣି ଭିତରେ ପଶିଥିବା ଏକ ଜଳହସ୍ତୀ ପିଠି ଉପରେ ଏକାଧିକ କଇଁଛ ବସିଛନ୍ତି। ଜଳହସ୍ତୀଟି ଯେମିତି ହିଁ ପାଣିରୁ ଉଠି ଚାଲିବାକୁ ଲାଗୁଛି, ତ ତା’ର ହଲଚଲରେ ହିଁ ଗୋଟିଏ ଗୋଟିଏ କରି କଇଁଛ ତଳକୁ ଖସିବାରେ ଲାଗୁଛନ୍ତି। ଶେଷରେ ଜଳହସ୍ତୀ ପିଠିରେ ମାତ୍ର ଅଳ୍ପ କିଛି କଇଁଛ ବଞ୍ଚି ଯାଇଛନ୍ତି।

ଭିଡିଓ ସେୟାର କରି ସୁଧା ରମନ କ୍ୟାପସନ ଲେଖିଛନ୍ତି ଯେ ‘କେବେ କେବେ ମାଗଣା ଯାତ୍ରା ଭାରୀ ପଡ଼ିପାରେ’। ଏହି ଭିଡିଓ ଦେଖିବାରେ ବହୁତ ମଜାଳିଆ ରହିଛି। ଲୋକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଜଣେ ୟୁଜର ଏଥିରେ କମେଣ୍ଟ କରି ଲେଖିଛନ୍ତି, ‘ବହୁତ ବଢ଼ିଆ ଦୃଶ୍ୟ’। ଅନ୍ୟଜଣେ ଲେଖିଛନ୍ତି, ‘ବିନା ସିଲ୍ଟ ବେଲ୍ଟରେ ବିପଦପୂର୍ଣ୍ଣ ଯାତ୍ରା’। ତେବେ ଏହି ଭିଡିଓରୁ ଆମ ସମସ୍ତଙ୍କୁ ଏକ ଶିକ୍ଷା ବି ମିଳିଛିି କି, କେବେ କେବେ ମାଗଣାରେ ମିଳୁଥିବା ଜିନିଷ ଆମ ପାଇଁ ବିପଦ ଡାକି ଆଣିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.