ବୋନି କପୁରଙ୍କ ଘରେ କାମ କରୁଥିବା ବ୍ୟକ୍ତି ବାହାରିଲେ କରୋନା ପଜିଟିଭ, ବୋନି କହିଲେ, ‘ମୁଁ ଓ ମୋ ପିଲା ଏକଦମ ଠିକ ଅଛୁ’

ବଲିଉଡ ପ୍ରଡ୍ୟୁସର ବୋନି କପୁରଙ୍କୁ ନେଇ ଏକ ପ୍ରେସ ରିଲିଜ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏଥିରେ କୁହାଯାଇଛି, ତାଙ୍କ ଘରେ କାମ କରୁଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ ମିଳିଛି। ଲୋଖଣ୍ଡବାଲାସ୍ଥିତ ତାଙ୍କ ଗ୍ରୀନ ଏକଡ୍ରସ ଘରେ କାମ କରୁଥିବା ଚରଣ ସାହୁ ନାମକ ବ୍ୟକ୍ତିଙ୍କୁ କରୋନା ହୋଇଛି।

23 ବର୍ଷୀୟ ଚରଣ ଶନିବାର ସନ୍ଧ୍ୟାରୁ ଅସୁସ୍ଥ ଥିଲେ। ବୋନି କପୁର ତାଙ୍କୁ ଟେଷ୍ଟ କରାଇବାକୁ କହିଥିଲେ ଏବଂ ଆଇସୋଲେସନରେ ପଠାଇ ଦେଇଥିଲେ। ଟେଷ୍ଟ ରିପୋର୍ଟ ଆସିବା ପରେ ସୋସାଇଟି କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ସେ ବିଏମସିକୁ ଜଣାଇଥିଲେ। ଏହାପରେ ତୁରନ୍ତ ବିଏମସି ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚରଣଙ୍କ କ୍ୱାରେଣ୍ଟାଇନ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ।

ବୋନି କପୁର କହିଛନ୍ତି, ‘ମୁଁ, ମୋ ପିଲା ଏବଂ ଅନ୍ୟ ଷ୍ଟାଫ ସମସ୍ତେ ଠିକ ଅଛନ୍ତି। ତାଙ୍କଠାରେ କୌଣସି ବି ପ୍ରକାର ଲକ୍ଷଣ ଏ ପର୍ଯ୍ୟନ୍ତ ଦେଖାଯାଇନାହିଁ। ଯେବେ ଠାରୁ ସରକାର ଲକଡାଉନ ଘୋଷଣା କରିଛନ୍ତି, ଆମେ ଘରେ ହିଁ ଅଛୁ। ଆମେ ମହାରାଷ୍ଟ୍ର ସରକାରଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଧନ୍ୟବାଦ ଜଣାଉଛୁ। ଆମକୁ ବିଏମସି ଏବଂ ମେଡିକାଲ ଟିମ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ଆମେ ତାହାକୁ ପାଳନ କରିବୁ। ଆମେ ଏହି କଥାକୁ ସୁନିଶ୍ଚିତ କରିବୁ କି, ଚରଣ ଜଲଦି ଠିକ ହୋଇଯାଆନ୍ତୁ ଏବଂ ଆମ ଘରକୁ ଫେରନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.