Below header

ଏମିତି ଥିଲା ଏହି ଅଭିନେତାଙ୍କ ଜୀବନ, ନା ଖାଇବାକୁ ଥିଲା ନା ଶୋଇବାକୁ, ଫୁଟପାଥରେ କଟୁଥିଲା ଜୀବନ

ନିଜର ସୁନ୍ଦର ଅଭିନୟ ପାଇଁ ବଲିଉଡରେ ନିଜକୁ ଜଣେ ଭଲ କଳାକାର ଭାବେ ପ୍ରତିଷ୍ଠିତ କରିପାରିଥିଲେ । ଆଜି ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଜୀବନ ଦିନେ ଥିଲା ବହୁତ କଠିନ । ଫିଲ୍ମ ଦୁନିଆର ବାଦଶାହ ସାଜିଥିବା ଏହି ଅଭିନେତା ଦିନେ ଦୁଃଖର ପାହାଡ଼ ଉପରେ ବସିଥିଲେ, କହିଲେ ହୁଏତ କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ବାସ୍ତବରେ ସେ ବହୁ ଅଭାବ ଅନଟନ ଭିତରେ ଜୀବନ କାଟିଛନ୍ତି । ନିକଟରେ ମିଥୁନ ଏକ ମିଜ୍ୟୁକ୍‌ ଶୋ ରେ ଏହା କହିଛନ୍ତି ।

ଦିନ ଥିଲା ସେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟ୍ରଗଲ କରୁଥିଲେ, ତାଙ୍କ ପାଖରେ ପେଟ ଭରି ଖାଇବାକୁ ପଇସା ନଥିଲା । ପର ସମୟର ଖାଇବା ସେ କେଉଁଠୁ ଯୋଗାଡ କରିବେ, ସେ ସମ୍ପର୍କରେ ସେ ସର୍ବଦା ଚିନ୍ତା କରୁଥିଲେ । ମୁଣ୍ଡ ଗୁଂଜିବା ପାଇଁ ମଧ୍ୟ ଯାଗା ନଥିଲା, ଅଧିକାଂଶ ସମୟରେ ଫୁଟପାଥରେ ରାତି କାଟି ଦେଉଥିଲେ । ବେଳେ ବେଳେ ଏପରି ସମୟ ଆସିଛି ଯେ ଆଖିରୁ ଆପଣା ଛାଏଁ ଲୁହ ବାହାରି ଆସୁଥିଲା ।

କେବେ କେବେ ତ ଖାଲି ପେଟରେ ମଧ୍ୟ ଫୁଟପାଥରେ ଶୋଇବାକୁ ପଡିଛି ବୋଲି ନିଜର ପଛ କଥାକୁ ମନେ ପକାଇ କହିଛନ୍ତି ମିଥୁନ ଚକ୍ରବର୍ତ୍ତୀ । ବେଳେ ବେଳେ ନିଜର ରଂଗ ଓ ସ୍କିନ ପାଇଁ ତାଙ୍କୁ ବହୁତ ଅପମାନ ମଧ୍ୟ ସହିବାକୁ ପଡିଥିଲା । ହେଲେ ଯେତେବେଳେ ତାଙ୍କୁ ଫିଲ୍ମ ମିଳିବାକୁ ଲାଗିଲା, ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସେ ବଲିଉଡର ସଫଳ ଅଭିନେତାଙ୍କ ତାଲିକାରେ ନିଜ ନାମ ମଧ୍ୟ ସାମିଲ କରିଛନ୍ତି ।

ପ୍ରକାଶଯୋଗ୍ୟ, ମିଥୁନ ଚକ୍ରବର୍ତ୍ତୀ ଏହି ବର୍ଷ ରିଲିଜ ହୋଇଥିବା ‘ଦି କାଶ୍ମୀର ଫାଇଲ’ ରେ ନିଜର ସୁପର ଅଭିନୟ ଦେଖାଇ ସାରିଛନ୍ତି । ଏବେ ଆଗାମୀ ଫିଲ୍ମ ‘ବାପ’ କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଜ୍ୟାକି ସ୍ରଫ୍‌, ସଂଜୟ ଦତ୍ତ ଏବଂ ସନ୍ନି ଦେଓଲ ଅଭିନୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.