ଭାଇରଲ ହେଉଛି ନୀତୁ କପୁର ଏବଂ ରିଷ କପୁରଙ୍କ ୱେଡିଂ କାର୍ଡ, ଏମିତି ହୋଇପାରେ ରଣବୀର ଓ ଆଲିଆଙ୍କ ବିବାହ କାର୍ଡ!

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ରଣବୀର ଏବଂ ଆଲିଆଙ୍କର ରହିଛି। ଫ୍ୟାନ୍ସ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟ୍‌ ପର୍ଯ୍ୟନ୍ତ ସମସ୍ତେ ବିବାହକୁ ଚାହିଁ ରହିଛନ୍ତି। ଏହା ମଧ୍ୟରେ ଦୁହିଁଙ୍କ ବିବାହ ତାରିଖ ଏବଂ ଅତିଥି ତାଲିକା ସାମ୍ନାକୁ ଆସିଥିବା ବେଳେ ଏବେ ଉଭୟଙ୍କ ୱେଡିଂ କାର୍ଡକୁ ନେଇ ଚର୍ଚ୍ଚା ଚାଲିଛି। ବିକ୍କି-କ୍ୟାଟ୍ରିନାଙ୍କ ବିବାହ ପରେ ରଣବୀର ଏବଂ ଆଲିଆଙ୍କ ବାହାଘରକୁ ନେଇ ଏବେ ସମସ୍ତଙ୍କ ମନ ଉତ୍ସାହିତ ରହିଛି। ଦୁହିଁଙ୍କ ୱେଡିଂ ଲୁକ୍‌ ଦେଖିବା ପାଇଁ ସୋସିଆଲ ମିଆରେ ଫ୍ୟାନ୍ସ ଚାହିଁ ରହିଛନ୍ତି।

ଦୁଇ ବର୍ଷରୁ ଅଧିକ ସମୟ ପରସ୍ପରକୁ ଡେଟ୍‌ କରୁଛନ୍ତି ରଣବୀର ଏବଂ ଆଲିଆ। ଦୁହିଁଙ୍କ ବିବାହ ୧୭ ଏପ୍ରିଲରେ ହେବାକୁ ଯାଉଛି। ଏଥିପାଇଁ ୱେଡିଂ ମେନ୍ୟୁ ଏବଂ ଅତିଥି ତାଲିକା ସବୁକିଛି ଚୟନ ହୋଇସାରିଲାଣି। ତେଣୁ ୱେଡିଂ କାର୍ଡକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହାମଧ୍ୟରେ ନୀତ କୁପର ଏବଂ ରିଷ କପୁରଙ୍କ ବିବାହ କାର୍ଡକୁ ନୀତୁ ଭାଇରଲ କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍ସ ଅନୁମାନ କରୁଛନ୍ତି କି, ଦୁହିଁଙ୍କ ବିବାହ କାର୍ଡ ହୁଏତ ଏମିତି ହୋଇପାରେ। କାରଣ ରଣବୀର ଏବଂ ଆଲିଆ ନୀତୁ ଏବଂ ରିଷ କପୁର ବିବାହ କରିଥିବା ସ୍ଥାନରେ ବିବାହ କରିବେ। ତେଣୁ ତାଙ୍କ ଭଳି କାର୍ଡ କରିବା ନେଇ ଫ୍ୟାନ୍ସ ଅନ୍ଦାଜା ଲଗାଉଛନ୍ତି।

 

View this post on Instagram

 

A post shared by Nari (@nari.kesari1)

ରଣବୀରଙ୍କ ବାପା ମା’ ଅର୍ଥାତ୍‌ ରଣବୀର ଏବଂ ନୀତୁ ୧୯୮୦ରେ ବିବାହ କରିଥିଲେ। ଦୁହେଁ ୨୩ ଜାନୁଆରୀ ୧୯୮୦ରେ ଗ୍ରାଣ୍ଡ ରିସେପସନ ମଧ୍ୟ ଦେଇଥିଲେ। ଯେଉଁଥିରେ ତାଙ୍କ ପରିବାରର ଲୋକେ ଏବଂ ଅନ୍ତରଙ୍ଗ ବନ୍ଧୁ ସାମିଲ ଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କାର୍ଡ ଭାଇରଲ ହେବାରେ ଲାଗିଛି।

ଦୁହିଁଙ୍କ ବିବାହ ଉତ୍ସବ ୧୩-୧୮ ଏପ୍ରିଲ ମଧ୍ୟରେ ହେବ। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହରେ ଏକାଧିକ ସେଲିବ୍ରିଟି ଯୋଗ ଦେବେ। ବିବାହ ଉତ୍ସବରେ ଯୋଗ ଦେବା ଲାଗି ପ୍ରସ୍ତୁତ ତାଲିକାରେ ସଞ୍ଜୟ ଲୀଲା ଭଂସାଲୀ, ବରୁଣ ଧଓ୍ଵନ୍‌, ଅୟାନ ମୁଖାର୍ଜୀ, ଜୋୟା ଅଖତର, ଅର୍ଜୁନ କପୁର, ମସାବା ଗୁପ୍ତା ପ୍ରମୁଖ ତାରକାଙ୍କ ନାଁ ରହିଛି। ଶାହାରୁଖ ଖାନ୍‌ଙ୍କୁ ମଧ୍ୟ ରଣବୀର-ଆଲିଆ ଭଟ୍ଟଙ୍କ ବିବାହ ପାଇଁ ନିମନ୍ତ୍ରଣ କରାଯାଇଛି।

ଅନ୍ୟପଟେ କରନ ଜୋହର, ମନୀଷ ମାଲହୋତ୍ରା, ଅନୁଷ୍କା ରଞ୍ଜନ, ଆକାଂକ୍ଷା ରଞ୍ଜନ, କରୀନା କପୁର ଖାନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, କରିସ୍ମା କପୁର ପ୍ରମୁଖ ବିବାହ ଉତ୍ସବରେ ଭଟ୍ଟ ଓ କପୁର ପରିବାର ସହ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.