ନ୍ଯୁୟର୍କ ଆପାର୍ଟମେଣ୍ଟରୁ ମିଳିଲା ହଲିଉଡ ଅଭିନେତା ମାଇକେଲ କେ ୱିଲିୟମ୍ସଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ହଲିଉଡର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ମାଇକେଲ କେ ୱିଲିୟମ୍ସଙ୍କ ପରଲୋକ ହୋଇଛି। ସୁପର ହିଟ୍ ଧାରାବାହିକ ‘The Wire’ ରେ ଓମାର ଲିଟିଲ ଭୂମିକାରେ ଅଭିନୟ କରିଥିଲେ। ୫୪ବର୍ଷ ବୟସରେ ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟରୁ ମିଳିଛି ଅଭିନେତାଙ୍କ ମୃତଦେହ। ନ୍ୟୁୟର୍କ ପୋଲିସ ରାତି ପ୍ରାୟ ୨ଟା ବେଳେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏପର୍ଯ୍ଯନ୍ତ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ଏମି ପୁରସ୍କାର ପ୍ରାପ୍ତ ମାଇକେଲ କେ ୱିଲିୟମ୍ସ HBO ର ବାଲ୍ଟିମୋର ଆଧାରିତ ୱେବ୍ ସିରିଜ୍ ଦି ୱାୟାରରେ ତାଙ୍କର ଭୂମିକା ପାଇଁ ବେଶ୍ ଜଣାଶୁଣା । ରିପୋର୍ଟ ଅନୁଯାୟୀ, ଡ୍ରଗ୍ ଓଭରଡୋଜ ସେବନ ଯୋଗୁଁ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ନ୍ୟୁୟର୍କ ପୋଲିସ ମଧ୍ୟ ସ୍ପଷ୍ଟ କରିଛି ଯେ ଅଭିନେତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.