Below header

ବଲିଉଡ ଅଭିନେତ୍ରୀଙ୍କ ସେକେଣ୍ଡ ଲଭ : ପ୍ରଥମ ପ୍ରେମ ଅସଫଳ ହେବା ପରେ ଏହି ଅଭିନେତ୍ରୀଙ୍କ ଜୀବନରେ ପୁଣି ଆସିଥିଲା ପ୍ରେମ

ପ୍ରେମ ଓ ବିଚ୍ଛେଦ ବଲିଉଡରେ ଏକ ସାଧାରଣ ଘଟଣା । ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ପ୍ରଥମ ପ୍ରେମ ବା ବିବାହ ସଫଳ ହୋଇ ନଥିଲା । ଏମାନେ ବହୁ ଘାତ ପ୍ରତିଘାତ ଦେଇ ଯିବା ପରେ ସମ୍ପର୍କର ଡୋରି ଛିଡ଼ାଇ ଥିଲେ । କାହା କାହା ଭାଗ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରେମ ମିଳିଛି ତ ଆଉ କାହା ଭାଗ୍ୟରେ ଦ୍ୱିତୀୟ ଥର ବିବାହ ସୌଭାଗ୍ୟ ମିଳିଛି । ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ ପ୍ରେମରେ ଅସଫଳ ହେବା ପରେ ପୁଣି ଥରେ ତାଙ୍କ ଜୀବନରେ ପ୍ରେମର ଫଲଗୁ ବହିଛି ।

କରୀନା କପୁର :

କରୀନା କପୁର ୨୦୧୨ ରେ ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ । ସୈଫଙ୍କୁ ଡେଟ କରିବା ପୂର୍ବରୁ କରୀନା ସାହିଦ କପୁରଙ୍କ ସହ ରିଲେସନସିପରେ ଥିଲେ । ହେଲେ ଦୁହିଁଙ୍କର ବ୍ରେକ ଅପ୍‌ ହୋଇଯାଇଥିଲା ।

kareena
photo credit : abplive.com

ମଲାଇକା ଅରୋଡା :

ମଲାଇକା ପ୍ରଥମ ବିବାହ ଅରବାଜ ଖାନଙ୍କୁ କରିଥିଲେ । ଉଭୟଙ୍କ ବିବାହ ୧୯ ବର୍ଷ ପରେ ୨୦୧୭ ରେ ବିଚ୍ଛେଦ ହୋଇଯାଇଥିଲା । ବିଚ୍ଛେଦ ପରେ ମଲାଇକାଙ୍କ ଜୀବନରେ ଅର୍ଜୁନ କପୁର ଆସିଥିଲେ । ଉଭୟ ୪ ବର୍ଷ ହେଲା ରିଲେସନସିପରେ ଖୁସୀରେ ଅଛନ୍ତି ।

ଦୀୟା ମିର୍ଜା :

ଦୀୟାଙ୍କ ପ୍ରଥମ ବିବାହ ଫିଲ୍ମ ପ୍ରଡ୍ୟୁସର ସାହିଲ ସିଂଘାଙ୍କ ସହ ହୋଇଥିଲା । ହେଲେ ପୁଣି ଉଭୟେ ୫ ବର୍ଷର ସମ୍ପର୍କ ପରେ ତଲାକ ଦେଇଥିଲେ । ତଲାକ ପରେ ଦୀୟା ମୁମ୍ବାଇ ବ୍ୟବୟାୟୀ ବୈଭବ ରେଖୀଙ୍କୁ ଏହି ବର୍ଷ ୧୫ ଫେବ୍ରୁଆରୀରେ ବିବାହ କରିଥିଲେ ।

deepika
photo credit : abplive.com

ଦୀପିକା ପାଦୁକୋଣ :

ଦୀପିକା ନଭେମ୍ବର ୨୦୧୮ରେ ରଣବୀର ସିଂହଙ୍କୁ ବିବାହ କରିଥିଲେ । ଉଭୟେ ବିବାହ ପୂର୍ବରୁ ୬ ବର୍ଷ ଧରି ଡେଟିଂ କରିଥିଲେ । ରଣବୀର ସିଂହଙ୍କ ପୂର୍ବରୁ ଦୀପିକା ରଣବୀର କପୁରଙ୍କ ସହ ରିଲେସନସିପରେ ଥିଲେ । ବ୍ରେକ ଅପ ପରେ ଦୀପିକା ରଣବୀରଙ୍କୁ ଧୋକା ଦେବା ଅଭିଯୋଗ ଲଗାଇଥିଲେ । ରଣବୀର କପୁରଙ୍କ ସହ ବ୍ରେକ ଅପ ପରେ ଦୀପିକା ଡିପ୍ରେସନରେ ଆସିଯାଇଥିଲେ ।

ବିପାଶା ବସୁ :

ବିପାଶା ଜନ ଆବ୍ରାହମଙ୍କ ସହ ପ୍ରାୟ ୯ ବର୍ଷ ଧରି ରିଲେସନସିପରେ ରହିଥିଲେ । ପରେ ଉଭୟଙ୍କର ବ୍ରେକ ଅପ୍‌ ହୋଇଥିଲା । ବ୍ରେକ ଅପ ପରେ ବିପାଶା ଟିଭି ଷ୍ଟାର କରଣ ସିଂହ ଗ୍ରୋବରଙ୍କୁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.