ମୋଦି ନା ରାହୁଲ କାହାକୁ ମଧ୍ୟ ଭୋଟ ଦେଇ ପାରିବେନି ଏହି ବଲିଉଡ଼ କଳାକାର, ଜାଣନ୍ତୁ କାରଣ

ମୁମ୍ବାଇ : ଆସନ୍ତା ଲୋକସଭା ନର୍ବାଚନ ପାଇଁ ସବୁଆଡ଼େ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୁମିକା ତୁଲାଉଛନ୍ତି ବଲିଉଡ଼ କଳାକାର। ଏନେଇ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ବାଚନ କେନ୍ଦ୍ରକୁ ଅଧିକରୁ ଅଧିକ ଲୋକ ଯେପରି ଆସିବେ ସେ ନେଇ ପ୍ରଚାର କରିବା ପାଇଁ କଳାକାରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି ବଲିଉଡ଼ରେ ଏପରି କିଛି ପ୍ରସିଦ୍ଧ କଳାକାର ରହିଛନ୍ତି ଯେଉଁମାନେ ଚାହିଁଲେ ମଧ୍ୟ ଭୋଟ ଦେଇପାରିବେ ନାହିଁ। କାରଣ ତାଙ୍କ ପାଖରେ ଭାରତୀୟ ନାଗରିକତାର କୌଣସି ପ୍ରମାଣ ରହିନାହିଁ।

deepika-padukone-

ଦୀପିକା ପାଦୁକୋଣ

ବର୍ତ୍ତମାନ ବଲିଉଡ଼ର ଜଣେ ଆଗଧାଡିର ନାୟିକା ହେଉଛନ୍ତି ଦୀପିକା ପାଦୁକୋଣ। କିନ୍ତୁ ଆପଣ ଜାଣିଛନ୍ତି କି, ଦୀପିକାଙ୍କ ଜନ୍ମ କୋପନହଗେନ୍ ସହର ଡେନମାର୍କରେ ହୋଇଥିବା ବେଳେ ସେ ଏହାପରେ ବାଙ୍ଗାଲୁରୁକୁ ପଳାଇ ଆସିଥିଲେ। ଏବେ ସେ ମୁମ୍ବାଇରେ ରହିଥିବା ବେଳେ ତାଙ୍କ ପାଖରେ ଏନେଇ ପରିଚୟ ପତ୍ର ରହିନାହିଁ।

Katrina-Kaif

କ୍ୟାଟ୍ରିନ କୈଫ୍

କ୍ୟାଟ୍ରିନାଙ୍କ ଜନ୍ମ ହଙ୍ଗକଙ୍ଗରେ ହୋଇଥିଲା। ତାଙ୍କ ପିତାମାତା କଶ୍ମୀରରେ ଅବସ୍ଥାନ କରନ୍ତି। ଏଣୁ ତାଙ୍କ ପାଖରେ ସଠିକ ଭାବେ ଭାରତୀୟ ପ୍ରମାଣ ପତ୍ର ରହିନାହିଁ।

ଅକ୍ଷୟ କୁମାର

ଅକ୍ଷୟଙ୍କ ପ୍ରକ୍ରୁତ ନାମ ରାଜୀବ ଭାଟିଆ। ତାଙ୍କର ଜନ୍ମ ପଞ୍ଜାବର ଅମ୍ରୁତସରରେ ହୋଇଥିଲା। କିନ୍ତୁ ଯେହେତୁ ତାଙ୍କ ପିତା ଜଣେ ଆର୍ମି ଅଫିସର ଥିଲେ ଏଣୁ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଥିଲା। ଅକ୍ଷୟଙ୍କ ପାଠପଢ଼ା କାନାଡାରେ ହୋଇଥିବାରୁ ତାଙ୍କୁ କାନାଡାର ନାଗରିକତା ମିଳିଛି। ଫଳରେ ସେ ଭାରତରେ ଭୋଟ ଦେବା ଯୋଗ୍ୟ ଅଟନ୍ତି ନାହିଁ।

alia-bhatt

ଆଲିଆ ଭଟ୍ଟ

ଆଲିଆଙ୍କ ଜନ୍ମ ମୁମ୍ବାଇରେ ହୋଇଛି। କିନ୍ତୁ ତାଙ୍କ ପିତା ମହେଶ ଭଟ୍ଟ ଜଣେ ଗୁଜୁରାତି ହୋଇଥିବା ବେଳେ ତାଙ୍କ ମା ସୋନି ରାଜଦାନଙ୍କ ଜନ୍ମ ବମିଂହାମରେ। ଏଣୁ ଆଲିଆଙ୍କ ପାଖରେ ବ୍ରିଟିସ ନାଗରିକତାର ରହିଛି। ଏଣୁ ସେ ଭାରତରେ ଭୋଟ ଦାନ କରିପାରିବେ ନାହିଁ।

ଏମାନଙ୍କ ବ୍ୟତୀତ ସନି ଲିଓନି, ନରଗିସ ଫକରୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଟେଜ୍ ଏବଂ ଇମରାନ ଖାନ ମଧ୍ୟ ସାମିଲ ରହିଛନ୍ତି। ଏହି କଳାକାର ଭାବେ ଭାରତରେ ରହୁଥିଲେ ମଧ୍ୟ ଏହି ଲୋକସଭା ନିର୍ବାଚନରେ ଭୋଟ ଦେବା ଯୋଗ୍ୟ ନୁହଁନ୍ତି।