ଏୟାରକ୍ରାସର ପ୍ରଭାବ : ୭୩୭ ବିମାନ ଉତ୍ପାଦନ ଉପରେ ୨୦ ପ୍ରତିଶତ ହ୍ରାସ କଲା ବୋଇଂ

ବୋଇଂ ୭୩୭ ମ୍ୟାକ୍ସ ସହିତ ନିକଟରେ ଦୁଇଟି ବଡ ଦୁର୍ଘଟଣା ଘଟିବା ପରେ ସଂକଟରେ ପଡିଯାଇଛନ୍ତି ବିମାନ ନିର୍ମାତା କମ୍ପାନୀ। ବୋଇଂ ଏହି ବିମାନର ଉତ୍ପାଦନ କମ୍ କରିବା ପାଇଁ ନିଷ୍ପତି ନେଇଛନ୍ତି।
କମ୍ପାନୀ ଏହାର ଘୋଷଣା କରିଛି। ସେ ସୂଚନା ଦେଇଛନ୍ତି ଯେ ଏପ୍ରିଲ ମାସ ମଝିରେ ୭୩୭ ମ୍ୟାକ୍ସ ବିମାନ ଉତ୍ପାଦନରେ ପ୍ରାୟ ୨୦ ପ୍ରତିଶତ ହ୍ରାସ କରିବେ। କମ୍ପାନୀ ପ୍ରତିମାସ ୫୨ ବିମାନ ଉତ୍ପାଦନ କରୁଥିବାବେଳେ ଏବେ ତାହା ହ୍ରାସ ପାଇ ୪୨ ହୋଇଯାଇଛି।
ବୋଇଂ ଏହା ସୂଚନା ଦେଇଛି ଯେ ଉଡାଣ ନିୟନ୍ତ୍ରଣ କରୁଥିବା ସଫ୍ଟଓୟାର ଉପରେ ଧ୍ୟାନ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବିମାନର ଡିଜାଇନ ଏବଂ ବିକାଶ ଉପରେ ଧ୍ୟାନ ଦିଆଯିବ।