ପୂର୍ବତନ କିଟ ଛାତ୍ରୀ କାମ୍ୟା ମିଶ୍ର ସିଭିଲ ସର୍ଭିସ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ, ଆସନ୍ତୁ ଜାଣିବା କିଏ ତାଙ୍କ ପ୍ରେରଣା

ଭୁବନେଶ୍ବର(କେନ୍ୟୁଜ୍) :ଗତକାଲି ସିଭିଲ ସର୍ଭିସ ପରୀକ୍ଷାଫଳ ବାହାରିଥିବା ବେଳେ ଏଥିରେ ବାଜି ମାରିଛନ୍ତି ଓଡ଼ିଶା ଝିଅ। ଏଥିରେ ୬୦ତମ ସ୍ଥାନରେ ଅଛନ୍ତି ଜଗତସିଂହପୁରର ଅନ୍ୟା ଦାସ । ସେହିପରି ଉପାସନା ମହାପାତ୍ର ୧୧୯ତମ ର‍୍ୟାଙ୍କ ହାସଲ କରିଛନ୍ତି । ୩୫୦ ର‍୍ୟାଙ୍କରେ ଅଛନ୍ତି କଣ୍ଟାବାଞ୍ଜିର ନୱଲ କିଶୋର ଜୈନ । ଏମାନଙ୍କ ବ୍ୟତୀତ ଓଡ଼ିଆ ପରୀକ୍ଷାର୍ଥୀ ତଥା କିଟର ପୂର୍ବତନ ଛାତ୍ରୀ କାମ୍ୟ ମିଶ୍ର ମଧ୍ୟ ଏଥିରେ ସଫଳତା ଅର୍ଜନ କରିଛନ୍ତି।

କାମ୍ୟ ନିଜ ସଫଳତାର ଶ୍ରେୟ ତାଙ୍କ ପରିବାର, ସାଙ୍ଗସାଥି , ପିତାମାତାଙ୍କ ସମେତ କିଟ, କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି। କାମ୍ୟା କହିଛନ୍ତି, ମୁଁ ଗୋଟିଏ ଛୋଟ ଗାଁ ରାଇରଙ୍ଗପୁରରୁ ଆସିଛି ଏବଂ ସାମନ୍ତ ସାରଙ୍କ ଦ୍ବାରା ଦିଆଯାଇଥିବା ପ୍ଳାଟଫର୍ମ ପାଇଁ ଆଜି ମୁଁ ଏହି ସଫଳତା ଅର୍ଜନ କରିଥିବାରେ ସାମଥ୍ୟର୍ ହୋଇଛି।

“ଓଡିଶା ପାଇଁ କିଛି କାମ କରିବାକୁ ସୁଯୋଗ ମିଳିଲେ ମୁଁ ବହୁତ ଖୁସି ହେବି। କାରଣ ତାହା ମୋ ଜନ୍ମ ସ୍ଥାନ। ଆଉ ମୁଁ କେବେ ମୋ ଆରମ୍ଭକୁ ଭୁଲିବି ନାହିଁ” , ବୋଲି କହିଛନ୍ତି କାମ୍ୟା।

କେନ୍ଦ୍ରୀୟ ଲୋକସଭା ଆୟୋଗ ପରିଚାଳିତ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଆଇଆଇଟିରୁ ବି.ଟେକ କରିଥିବା କନିଷ୍କ କଟରିଆ ଟପ୍ପର ହୋଇଥିବା ବେଳେ ମହିଳାଙ୍କ ମଧ୍ୟରେ ସୃଷ୍ଟି ଜୟନ୍ତ ଦେଶମୁଖ ଟପ୍ କରିଛନ୍ତି । ଏଥର ମୋଟ ୭୫୯ ପ୍ରାର୍ଥୀ କୃତକାର‌୍ୟ୍ୟ ହୋଇଥିବା ବେଳେ ସେଥିମଧ୍ୟରୁ ୫୭୭ ପୁରୁଷ ଓ ୧୮୨ ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.