Below header

ବାରିପଦା ବିଧାନସଭା ବିଜେଡି ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ଘୋଷଣା କଲେ ନବୀନ ପଟ୍ଟନାୟକ

ବାରିପଦା (କେନ୍ୟୁଜ୍) : ବାରିପଦା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବରିଷ୍ଠ ନେତ୍ରୀ ସରୋଜିନୀ ହେମ୍ବ୍ରମଙ୍କୁ ବିଧାୟକ ପ୍ରାର୍ଥୀ କରିଛି ଦଳ । ଆଜି ସରୋଜିନୀ ହେମ୍ବ୍ରମଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୯ ନିର୍ବାଚନରେ ସରୋଜିନୀ ବାଙ୍ଗିରିପୋଷୀ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ବୟନ ଶିଳ୍ପ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ରେ ସେ ରାଜ୍ୟସଭାକୁ ଯାଇଥିଲେ । ବାରିପଦାରୁ କିଏ ବିଜେଡି ପ୍ରାର୍ଥୀ ହେବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି ସରୋଜିନୀ ହେମ୍ବ୍ରମଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିରୁ ପ୍ରକାଶ ସୋରେନ୍ ଓ କଂଗ୍ରେସରୁ ଦାଶରଥ ସିଂ କଂଗ୍ରେସରୁ ବାରିପଦା ପ୍ରାର୍ଥୀ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.