Below header

୩୦ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାକୁ ମନା କରିଛି କେନ୍ଦ୍ର : ନବୀନ ପଟ୍ଟନାୟକ

ରାୟଗଡା (କେନ୍ୟୁଜ୍) : ଗୁଣୁପୁର ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଗରିବଙ୍କ ପାଇଁ ଆହାର ଯୋଜନା କରାଯାଇଛି । ଏହି ଯୋଜନା ପାଇଁ ସହାୟତା ଦେବାକୁ କେନ୍ଦ୍ର ମନା କରିଛି । ୩୦ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାକୁ ମଧ୍ୟ ମନା କରିଛି କେନ୍ଦ୍ର । ରାଜ୍ୟ ସରକାର ନିଜସ୍ୱ ଉଦ୍ୟମ ଟଙ୍କିକିଆ ଚାଉଳ ଯୋଗାଉଛନ୍ତି । ପିଇବା ପାଣି ପାଇଁ କେନ୍ଦ୍ର ଏକ ହଜାର କୋଟି ଦେଉଛି । ହେଲେ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଜଳ ସେଚନା ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କେନ୍ଦ୍ର ମାତ୍ର ୨୫୦ କୋଟି ଦେଉଛି । ତିତଲିରେ ଅନେକ କ୍ଷୟକ୍ଷତି ହୋଇଛି । ହେଲେ ଆନ୍ଧ୍ରକୁ ପ୍ରଥମେ ସହାୟତା ପ୍ରଦାନ କରାଗଲା । ଓଡ଼ିଶା କଥା ବହୁତ ପରେ ମନେ ପଡ଼ିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣୁପୁରରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଏକ ରୋଡ୍ ସୋ’ କରିଥିଲେ । ଏହା ପରେ ସାଧାରଣ ସଭାରେ ଯୋଗଦେଇଥିଲେ ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.