ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସମୟରେ ଅପଦସ୍ତ ହୋଇଥିଲେ ବଲିଉଡର ଏହି ଅଭିନେତା

ବଲିଉଡ ଅଭିନେତା ଅନୁପମ ଖେରଙ୍କୁ କିଏ ବା ନଜାଣେ । ଅଭିନୟ ସହ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକରେ ରାୟ ଦେଉଥିବାର ଦେଖିବାକୁ ମିଳିଥାଏ । ସୋସିଆଲ ମିଡିଆରେ ନିଜ ପ୍ରଶଂସକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥାନ୍ତି । ଖାଲି ଏତିକି ନୁହେଁ ଦେଶ ରାଜନୀତିରେ ମଧ୍ୟ ଅନୁପମ ଖେର ଙ୍କର ଗଭୀର ଜ୍ଞାନ ଥିବା ପରିଲକ୍ଷିତ ହୋଇଥାଏ । ଭାରତ ସରକାରଙ୍କ ଦ୍ୱାରା ଗତ ଅଗଷ୍ଟ ମାସ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ନେଇ ମଧ୍ୟ ସେ ବେଶ ଖୁସି ଥିବା କଥା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏକଦା ଏକ ସମ୍ବାଦ ପତ୍ରକୁ ସାକ୍ଷାତକାର ଦେବା ସମୟରେ ଅନୁପମ ଏହି କଥା କହିଛନ୍ତି । ସେ ନିଜର ଏକ ଅନୁଭବକୁ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରିଛନ୍ତି ।

anupam kher

ସେହି ସମୟରେ ଥରେ ଶ୍ରୀନଗର ଅବିମୁଖେ ଯାଇଥିଲେ । ଶ୍ରୀନଗର ଏୟାର ପୋର୍ଟରେ ପହଞ୍ଚି ତାଙ୍କୁ ବେଶ ଅପଦସ୍ତ ହେବାକୁ ପଡିଥିଲା । ଏମିତିକି ତାଙ୍କୁ ଏହି ସମୟରେ ତାଙ୍କୁ ଶ୍ରୀନଗରରେ ପଶିବାକୁ ଦିଆଯାଇନଥିଲା । ସେ ସେଠାକୁ ନିଜ ଭଉଣୀକୁ ଭେଟିବା ସହ ସେଠାକାର ଲୋକଙ୍କ ମନୋବଳ ବଢାଇବାକୁ ଯାଇଥିଲେ । ସେଠାରେ ଏକ ପତାକା ଉତ୍ତୋଳନ କାର୍ଯ୍ୟ କ୍ରମରେ ଅଂଶଗ୍ରହଣ କରିବାକୁ ଯାଇଥିଲେ । କିନ୍ତୁ ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚିବା କ୍ଷଣି ଅନୁପମଙ୍କୁ ଆଉ ଭିତରକୁ ଯିବାକୁ ଦିଆଯାଇନଥିଲା । ଏୟାରପୋର୍ଟ ଅଧିକାରୀଙ୍କ ଏପରି ବ୍ୟବହାର ଅନୁପମଙ୍କୁ ଅପମାନିତ କରିଥିଲା । କିନ୍ତୁ ଏୟାରପୋର୍ଟରେ ତାଙ୍କୁ ଭେଟିବା ପାଇଁ ବର୍ଡ଼ର ସିକୁରିଟି ଫୋର୍ସ ବା ବିଏସଏଫର କିଛି ଅଧିକାରୀ ଉପସ୍ଥିତ ଥିଲେ ।

ଏହା ସହ ପଢନ୍ତୁ: ନିଜ ଗୀତର ରିମିକ୍ସକୁ ନେଇ ରାଗିଲେ ସିଙ୍ଗର, ଦେଲେ ଏପରି ଧମକ୍‌

ଧାରା ୩୭୦ ଉଚ୍ଛେଦର ଏତେ ବିଳମ୍ବ ନେଇ ସେ ଦୁଃଖିତ ଥିବା କଥା ମଧ୍ୟ କହିଥିଲେ । ସୂଚନା ଅନୁଯାୟୀ ଆସନ୍ତା ମାସ ଅନୁପମ ଖେରଙ୍କ ନିର୍ଦ୍ଦେଶିତ ‘ହୋଟେଲ ମୁମ୍ବାଇ’ ସିନେମା ରିଲିଜ ହେବାକୁ ଯାଉଛି । ଏଥିରେ ଅନୁପମଙ୍କ ସମେତ ଦେବ ପଟେଲ, ଆର୍ମି ହେମର, ନଜଦିନ ବୋନାଦି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏନ୍ଥୋନୀ ମାରସଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ୨୦୦୮ ମସିହାରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା କୁ ନେଇ ହିଁ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.