Below header

ଇତିହାସରେ ପ୍ରଥମ, ବିନା ବେହୋସ କରି ମହିଳାଙ୍କ ବ୍ରେନ ସର୍ଜରୀ କଲେ ଡାକ୍ତର

ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଛି ଏମିତି ଅଜବ ଘଟଣା। ଦେଖିବାକୁ ମିଳିଛି ଯେ ଜଣେ ଯୁବତୀଙ୍କର ବ୍ରେନ ସର୍ଜରୀ ଚେତା ଥିବା ଅବସ୍ଥାରେ କରାଯାଇଛି। ଏହା ପୂରା ସତ, ଜଣେ ଯୁବକଙ୍କର ବ୍ରେନ ସର୍ଜରୀ ହୋଇଛି ତାହାପୁଣି ବିନା କୌଣସି ବେହୋସ୍ ଇଞ୍ଜେକସନରେ।

ଆମେରିକାର ଏକ ହସପିଟାଲରେ ଡାକ୍ତର ଏହି କାରନାମା କରି ଦେଖାଇଛନ୍ତି। ଖାଲି ଏତିିକି ନୁହେଁ ଏହି ସର୍ଜରୀର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଫେସବୁକ ପେଜରେ କରାଯାଇଛି।

sugery

ଏହି ଲାଇଭ୍ ଷ୍ଟ୍ରିମିଂରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ ସର୍ଜରୀ ବେଳେ ଡାକ୍ତରଙ୍କ ସହିତ କଥା ହେଉଛନ୍ତି। ଏହି ଘଟଣାରେ ଡାକ୍ତର ଜଣାଇଥିଲେ ଯେ ଏହି ଭଳି ସର୍ଜରୀରେ ସବୁବେଳେ ରୋଗୀଙ୍କ ସହିତ କଥା ହେବା ଜରୁରୀ ହୋଇଥାଏ କାରଣ ବ୍ରେନର କୌଣସି ତ୍ରୁଟି ଥିଲେ ତାହାକୁ ସୁଧାରି ହେବ।

ଏହାସହ ପଢନ୍ତୁ : ବାପା ନାଁ ମଧ୍ୟପ୍ରଦେଶ ଓ ପୁଅ ନାଁ ଭୋପାଳ, ଜାଣନ୍ତୁ ଏହି କୌତୁହଳପୂର୍ଣ୍ଣ ପରିବାର ବିଷୟରେ

ସର୍ଜରୀ ସମୟରେ ଯବତୀଙ୍କୁ କିଛି ଫଟୋ ମଧ୍ୟ ଦେଖାଯାଇଥିଲା। ଏହି ଫଟୋ ତାଙ୍କୁ ଏଥିପାଇଁ ଦେଖାଯାଏ ଯେ ସେମାନେ ବି ଜାଣନ୍ତୁ ସର୍ଜରୀରେ ମସ୍ତିଷ୍କରତାଙ୍କ ଭଲ ଥିବା ଅଂଶ ସହିତ କିଛି କରାଯାଉନାହିଁ। ଡାକ୍ତର ଜଣାଇଥିଲେ ଯେ ଆମେ ଏଥିପାଇଁ ତାଙ୍କ ସହିତ କଥା ବାର୍ତ୍ତା କରୁଥିଲୁ ଯାହାଦ୍ୱାରା ଜଣାପଡିବ ଯେ ସର୍ଜରୀ ଠିକ ଗତିରେ ଯାଉଛି। ଏହି ଲାଇଭ ସର୍ଜରୀକୁ ୨୩୦୦ ଲୋକମାନେ ଦେଖିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.