ଟାଇଗର ଶ୍ରଫ୍‌ ସେୟାର କଲେ ଫିଲ୍ମ ‘ଗଣପତ’ର ଫାଷ୍ଟଲୁକ୍‌, ଦେଖନ୍ତୁ ଏହି ଆକ୍ସନ୍‌ ଫିଲ୍ମର ମୋସନ୍‌ ପୋଷ୍ଟର

ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫ୍‌ ନିଜ ଆଗାମୀ ଫିଲ୍ମ ‘ଗଣପତ’ର ଫାଷ୍ଟଲୁକ୍‌ ସେୟାର କରିଛନ୍ତି। ଏହି ଫାଷ୍ଟଲୁକ୍‌ ଏକ ମୋସନ୍‌ ପୋଷ୍ଟର ଭାବେ ତିଆରି କରାଯାଇଛି। ଟାଇଗର ନିଜର ଏହି ଲୁକ୍‌ ବିଷୟରେ ଫ୍ୟାନ୍‌ଙ୍କୁ ପ୍ରଥମରୁ ହିଁ ସଙ୍କେତ ଦେଇଥିଲେ। ଫିଲ୍ମରେ ତାଙ୍କ ଫାଷ୍ଟଲୁକ୍‌ ବେଶ୍‌ ଦମ୍‌ଦାର ଅଛି। ଫ୍ୟାନ୍‌ ଟାଇଗରଙ୍କ ଭୂମିକାକୁ ନେଇ ଏକ୍ସାଇଟେଡ୍‌ ଥିବା ଦେଖିବାକୁ ମିଳୁଛି।

ଏହି ଲୁକ୍‌ରେ ଟାଇଗର ଶ୍ରଫ୍‌ ନିର୍ଭୟ ତଥା ଶତ୍ରୁଙ୍କୁ ଧୂଳି ଚଟାଇବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଏହି ମୋସନ୍‌ ପୋଷ୍ଟରକୁ ସେୟାର କରି ଟାଇଗର ଶ୍ରଫ୍‌ ଲେଖିଛନ୍ତି ‘ୟାରୋ କା ୟାର ହୁଁ, ଦୁସ୍‌ମନୋ କା ବାପ ହୁଁ! ଏହା ଗଣପତର ଫାଷ୍ଟଲୁକ୍‌’। ଏହି ମୋସନ୍‌ ପୋଷ୍ଟରର ମ୍ୟୁଜିକ୍‌ ମଧ୍ୟ ଖୁବ୍‌ ବଢ଼ିଆ ହୋଇଛି। ଟାଇଗର ଶ୍ରଫ୍‌ଙ୍କ ଏକ ଡାଇଲଗ୍‌ ବି ଏଥିରେ ଶୁଣାଯାଉଛି। ସେ କହୁଛନ୍ତି ‘ଜବ୍‌ ଅପୁନ ଡରତା ହେ ନା ବହତ ମାରତା ହେ’। ଏହା ପରେ ଢୋଲ ନଗାଡ଼ାର ମ୍ୟୁଜିକ ସହ ଫିଲ୍ମର ନାଁ ଲେଖାହେଉଛି।

ଦେଖନ୍ତୁ ‘ଗଣପତ’ର ଫାଷ୍ଟଲୁକ୍‌:

ଫିଲ୍ମର ନାଁ ‘ଗଣପତ:ପାର୍ଟ ୧’ ରହିଛି। ଅର୍ଥାତ୍‌ ଏହାର ଅନ୍ୟ ପାର୍ଟ ମଧ୍ୟ ଆଗକୁ ଆସିବ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ବିକାଶ ବହଲ। ଫିଲ୍ମର ସୁଟିଂ ୨୦୨୧ରେ ଆରମ୍ଭ ହେବ ଓ ୨୦୨୨ରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.