‘ଗଣପଥ’ର ଦମ୍‌ଦାର ଟ୍ରେଲର ରିଲିଜ୍‌ କଲେ ଟାଇଗର ଶ୍ରଫ, ଖ୍ରୀଷ୍ଟମାସ୍‌ରେ ଆସିବ ପରଦାକୁ

ନିଜ ଆଗାମୀ ଫିଲ୍ମ ‘ଗଣପଥ’ର ଟ୍ରେଲର ରିଲିଜ୍‌ କରିଛନ୍ତି ଟାଇଗର ଶ୍ରଫ୍‌। ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ କୁ’ରେ ଟାଇଗର ଡେବ୍ୟୁ କରିବା ଅବସରରେ ଫିଲ୍ମର ଟ୍ରେଲର ଭିଡିଓ ଜାରି କରିଛନ୍ତି। ସେ କୁ’ ସହ ଯୋଡ଼ି ହେବା ପରେ ଏକ ପୋଷ୍ଟ ସେୟାର କରି ଗର୍ବ ଅନୁଭବ କରୁଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ଅଧିକାଂଶ ସେଲିବ୍ରିଟି ଧୀରେ ଧୀରେ ଭାରତ ନିର୍ମିତ ସୋସିଆଲ ମିଡିଆ ଆପ୍‌ କୁ’ରେ ଜଏନ୍‌ କରୁଛନ୍ତି।

 

View this post on Instagram

 

A post shared by Tiger Shroff (@tigerjackieshroff)

ଗଣପଥ୍‌ ଫିଲ୍ମରେ ଟାଇଗର ଶ୍ରଫ୍‌ଙ୍କ ସହ ଲିଡ୍‌ରେ କୃତି ସାନନ୍‌ ସ୍କ୍ରିନ୍‌ ସେୟାର କରୁଛନ୍ତି। ଟ୍ରେଲରରେ ଟାଇଗରଙ୍କ ଆକ୍ସନ୍‌ ଗେଟ୍‌ଅପ୍‌ ଦେଖିବାକୁ ମିଳିଛି। ସେ ଏକ ଫାଇଟିଂ ସିନ୍‌ ପାଇଁ ଯାଉଥିବା ଭିଡିଓରେ ନଜର ଆସିଛି। ଏନେଇ ଫିଲ୍ମ ନିର୍ମାତା କହିଛନ୍ତି, ୨୩ ଡିସେମ୍ବର ୨୦୨୨ରେ ଫିଲ୍ମଟି ପରଦାକୁ ଆସିବ। ଏହି ଫିଲ୍ମ ପାଇଁ ଫ୍ୟାନ୍‌ମାନେ ଅନେକ ଦିନ ହେଲା ଅପେକ୍ଷାରେ ଥିଲେ।


ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା ହେବା ପରେ ଟାଇଗର ଶ୍ରଫ୍‌ କହିଛନ୍ତି, ଗଣପଥ ମୋ ପାଇଁ ସବୁଠୁ ଚ୍ୟାଲେଞ୍ଜିଂ ଫିଲ୍ମ ଥିଲା। ଏଥିରେ ଆକ୍ସନ୍‌ ଲେବଲ ଖୁବ୍‌ ବଢ଼ିଆ ଓ ଉନ୍ନତମାନର। ଗଣପଥ ଆମ ସମସ୍ତଙ୍କ ପାଇଁ ଏକ ନୂଆ ଆକ୍ସନ୍‌ ଅବତାର ହେବ ବୋଲି କହିଛନ୍ତି ଟାଇଗର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.