ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍ବୁକ ଆକାଉଣ୍ଟ ହେଲା ଆକ୍ଟିଭ, ବଦଳିଲା ପ୍ରୋଫାଇଲ ଫଟୋ, ଫ୍ୟାନ୍ସ କହିଲେ, ‘କିଏ କରୁଛି ଅପଲୋଡ୍’
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକରୁ ଅଧିକ ବର୍ଷ ବିତି ଗଲାଣି। କିନ୍ତୁ ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଦେଖି ଭାବୁକ ହୋଇପଡ଼ୁଛନ୍ତି। ଏହାରି ଭିତରେ ସୁଶାନ୍ତଙ୍କ ଫେସ୍ବୁକ ଆକାଉଣ୍ଟ ଯେତେବେଳେ ଆକ୍ଟିଭ ହୋଇଛି, ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍ବୁକ ଆକାଉଣ୍ଟର ପ୍ରୋଫୋଇଲ୍ ଫଟୋକୁ ବଦଳାଯାଇଛି। ଏହାଦେଖି ତାଙ୍କ ଫ୍ୟାନମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଏଠାରେ କିଛି ଫ୍ୟାନ ଭାବୁକ ହୋଇପଡ଼ିଛନ୍ତି ତ ଆଉ କିଛିଜଣ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି ଆଉ କହିଛନ୍ତି କି, ଏମିତି କିଏ କରୁଛି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ସୁଶାନ୍ତ ସିଂ ରାଜପୁତଙ୍କ ପେଜ୍ କେହି ଜଣେ କଣ୍ଟ୍ରୋଲ କରୁଛି। ମିସ୍ ୟୁ ସୁଶାନ୍ତ’।
ଅନ୍ୟଜଣେ ଲେଖିଛନ୍ତି, ‘ମୋତେ ଲାଗୁଛି କି, ସୁଶାନ୍ତ ଏବେ ବି ଏହି ଦୁନିଆରେ ଜୀବିତ ଅଛନ୍ତି’। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ‘ହୋଇଥାଆନ୍ତା କି, ଏହା ତାଙ୍କ ଦ୍ୱାରା କରାଯାଉ ଥାଆନ୍ତା। ସେ ଇଣ୍ଡଷ୍ଟ୍ରୀ ପାଇଁ ଏତେ କିଛି କରିଛନ୍ତି’।
ଜଣେ ଫ୍ୟାନ୍ ପଚାରିଛନ୍ତି, ‘କିଏ ଏହି ଲୋକ’? ଅନ୍ୟଜଣେ ଲେଖିଛନ୍ତି, ‘ଏହା କ’ଣ ହେଉଛି’। କିଏ ଫଟୋ ଅପଲୋଡ୍ କରୁଛି। କିଏ ତାଙ୍କ ପେଜ୍କୁ କଣ୍ଟ୍ରୋଲ କରୁଛି। ଏହା ବହୁତ ଅଜବ’। ସୂଚନାଥାଉ କି, ୧୪ ଜୁନ୍ ୨୦୨୦ରେ ସୁଶାନ୍ତ ନିଜ ମୁମ୍ବାଇସ୍ଥିତ ଫ୍ଲାଟରେ ମୃତ ଅବସ୍ଥାରେ ମିଳିଥିଲେ।