ଆଜି ବାହା ହେବେ ପରୀ ଓ ରାଘବ ଚଡ୍ଡା, ଉଦୟପୁରରେ ଚାଲିଛି ଗ୍ରାଣ୍ଡ ପ୍ରି ୱେଣ୍ଡିଂ ସେଲିବ୍ରେସନ

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ପରୀ ଓ ରାଘବ ଚଡ୍ଡା। ରାଜସ୍ଥାନର ଉଦୟପୁରରେ ଚାଲିଛି ଗ୍ରାଣ୍ଡ ପ୍ରି ୱେଣ୍ଡିଂ ସେଲିବ୍ରେସନ। ବିବାହରେ ଉତ୍ସବରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ। ଆଜି ବଲିଉଡ ଓ କ୍ରିଡା ଜଗତର ବଡ ବଡ ଷ୍ଟାର ମଧ୍ୟ ବିବାହ ଉତ୍ସବରେ ସାମିଲ ହେବେ ।

ବାଜିବ ସେହେନାଇ, ବିବାହ ବନ୍ଧନରେ ବାନ୍ଧି ହେବେ ପରୀ ଓ ରାଘବ ଚଡ୍ଡା। ରାଜସ୍ଥାନର ଉଦୟପୁରରେ ଚାଲିଛି ଗ୍ରାଣ୍ଡ ପ୍ରି ୱେଣ୍ଡିଂ ସେଲିବ୍ରେସନ। ସରିଛି ହଲଦୀ ଓ ସଙ୍ଗୀତ ଫଙ୍କସନ । ଦି ତାଜ ଲେକ୍ ପ୍ୟାଲେସ ଓ ଦି ଲୀଲା ପ୍ୟାଲେସରେ ଚାଲିଛି ବିବାହ ଉତ୍ସବ। ଗତକାଲି ସଙ୍ଗୀତ ସେରିମନିରେ ୯୦ ଦଶକର ଗୀତରେ ଝୁମିଥିଲେ ଦୁଇ ଲଭବାର୍ଡ ଓ ଅନ୍ୟ ଅତିଥି।

ବିବାହରେ ଉତ୍ସବରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ। ଆଜି ବଲିଉଡ ଓ କ୍ରିଡା ଜଗତର ବଡ ବଡ ଷ୍ଟାର ମଧ୍ୟ ବିବାହ ଉତ୍ସବରେ ସାମିଲ ହେବେ । ସାନିଆ ମିର୍ଜା, ହରଭଜନ ସିଂ, କରଣନ ଜୋହର , ମନିଷ ମଲହୋତ୍ରା ବିବାହରେ ଯୋଗଦେଇପାରନ୍ତି । ଆଜି ଅପରାହ୍ଣ୨ଟା ୩୦ ମିନିଟରେ ହୋଟେଲ ଲେକ୍ ପ୍ୟାଲେସରୁ ହୋଟେଲ ଲୀଲା ପ୍ୟାଲେସ ପର୍ଯ୍ୟନ୍ତ ଡଙ୍ଗାରେ ଆସିବ ବରଯାତ୍ରୀ । ୪ଟାରେ ସାତ ଫେରା ନେବେ ଦୁଇ ଲଭ ବାର୍ଡ । ଲୀଲା ପ୍ୟାଲେସରେ ଗ୍ରାଣ୍ଡ ୱେଣ୍ଡିଂ ପାର୍ଟି ଦେଉଛନ୍ତି ପରୀଣିତି ଓ ରାଘବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.