Below header

କନ୍ନଡର ଏହି ପ୍ରସିଦ୍ଧ ଅଭିନେତା ଏବଂ ପ୍ରଯୋଜକଙ୍କ ଘରେ ଆୟକର ବିଭାଗର ଚଢାଉ

ବେଙ୍ଗାଲୁରୁ (କେନ୍ୟୁଜ) : ଗତକାଲି କର୍ଣ୍ଣାଟକ ଆୟକର ବିଭାଗ ପକ୍ଷରୁ କନ୍ନଡ ଫିଲ୍ମର ଜଣାଶୁଣା ଅଭିନେତା ତଥା ପ୍ରଯୋଜକଙ୍କ ଘର ସମେତ ଅନ୍ୟନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ତେବେ ଏହି ଚଢାଉର ସମ୍ମୁଖୀନ ହୋଇଥିବା କଳାକାରମାନଙ୍କ ମଧ୍ୟରେ ଶିବ ରାଜକୁମାର ,ତାଙ୍କ ଭାଇ ପୁନିଥ୍ ରାଜକୁମାର ଏବଂ ସୁଦୀପ୍ତ ଓ ୟାଶ ଅଛନ୍ତି ।

actor

କଣ ରହିଥିଲା ସଂପୂର୍ଣ୍ଣ ଘଟଣା :

ଗତକାଲି ଭୋର ସକାଳ ସମୟରେ କର୍ଣ୍ଣାଟକ ଆଇଟି ବିଭାଗର ୨୦୦ ଜଣ ଅଧିକାରୀ କର୍ଣ୍ଣାଟକର ବିଭିନ୍ନ ବିଶିଷ୍ଠ ବ୍ୟକ୍ତିଙ୍କ ଘରେ ଉପରେ ଚଢ଼ାଉ କରିଥିଲେ। ମୋଟ ୨୩ଟି ସ୍ଥାନରେ ଚଢାଉ କରିଥିଲା ଆୟକର ବିଭାଗ। ଏହି ଚଢାଉରେ ଏମାନଙ୍କ ନିକଟରୁ କୋଟି କୋଟି ଟଙ୍କା ଜବତ କରିଯିବା ସହ ସୁନାଅଳଙ୍କାର ଏବଂ କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଥିଲା।

kannada-actors

ସୂଚନା ମୁତାବକ, ପ୍ରଯୋଜକ ରୋକ ଲାଇନ୍ ଭେଙ୍କେଟେସ,ସିଆର୍ ମନୋହର ଏବଂ ବିଜୟ କିରାଗାନ୍ଦ୍ରୁଙ୍କ ଘରେ ମଧ୍ୟ ଆୟବିଭାଗ ଯାଂଚ କରିଥିଲା । ଏମାନେ ବଡ ବଜେଟର ଫିଲ୍ମ ନିର୍ମାଣ କରୁଥିବା ବେଳେ ଠିକ ଭାବେ ଆୟକର ଜମା କରୁନଥୁବା ଅଭିଯୋଗ ଆସିଥିଲା । ଯାହାପରେ ଏମାନଙ୍କ ଉପରେ ଆୟକର ବିଭାଗ ଚଢାଉକରିଛି । ତେବେ ଏମାନେ ଦୀର୍ଘ ବର୍ଷ ଠକି ଆସୁଥିବା ବେଳେ ଆୟକର ବିଭାଗ ହାତରେ ଧରାପଡିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.