Below header

ଟ୍ରୋଲିଂକୁ ନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ ରାଜକୁମାର ରାଓ; ଶେଷରେ ଡିଲିଟ୍‌ କରି ଦେଲେ ପତ୍ନୀ ପତ୍ରଲେଖାଙ୍କ ଅଶ୍ଳୀଳ ଫଟୋ!

ବଲିଉଡ ଅଭିନେତା ରାଜକୁମାର ରାଓ ଗତ ବର୍ଷ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ବିବାହ କରିଥିଲେ। ପାଖାପାଖି ୧୧ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ରାଜକୁମାର ଓ ପତ୍ରଲେଖା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ଏବଂ ପ୍ରତିଦିନ କିଛି ନା କିଛି ଫଟୋ ସେୟାର କରିବାରେ ଲାଗୁଛନ୍ତି। ରାଜକୁମାର ବୁଧବାର ପତ୍ରଲେଖାଙ୍କର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ପୋଜ୍ ଦେଖି ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ପୋଷ୍ଟରେ ଲୋକମାନେ ଅଶ୍ଳୀଳ କମେଣ୍ଟ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ, ଯାହା ପରେ ରାଜକୁମାର ସେହି ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି।

ରାଜକୁମାର ରାଓ ଏକ ମିରର୍‌ ସେଲ୍‌ଫି ସେୟାର କରିଥିଲେ। ଏହି ଫଟୋ ସେୟାର କରି ସେ ଲେଖିଥିଲେ, ‘ଦର୍ପଣ ଏବଂ ଦର୍ପଣରେ ଫଟୋ’। ଫଟୋରେ ପତ୍ରଲେଖା ଧଳା ରଙ୍ଗର ପୋଷାକ ପିନ୍ଧି ପୋଜ୍‌ ଦେଉଥିବାର ନଜର ଆସିଥିଲେ। ସେପଟେ ରାଜକୁମାର ଦର୍ପଣରେ ଏକ ସେଲଫି ନେଉଥିଲେ। ପତ୍ରଲେଖାଙ୍କ ଏହି ପୋଜ୍ ଦେଖିବାରେ ବହୁତ ଅଶାଳୀନ ଲାଗୁଥିଲା, ଯେଉଁ କାରଣରୁ ୟୁଜରମାନେ ଫଟୋକୁ ପରିହାସ କରିବାକୁ ଲାଗିଥିଲେ।

ଡିଲିଟ୍‌ କରିଦେଲେ ପୋଷ୍ଟ

ବୋଧହୁଏ ରାଜକୁମାର ଆଶା କରି ନ ଥିଲେ ଯେ ଏହି ଫଟୋ ଉପରେ ଏତେ ଅଶ୍ଳୀଳ ଏବଂ ଖରାପ କମେଣ୍ଟ ସବୁ ଆସିବ, ଯେଉଁଥିପାଇଁ ସେ ଏହି ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି। ତାଙ୍କୁ ୟୁଜରମାନଙ୍କର କମେଣ୍ଟ ପସନ୍ଦ ଆସି ନ ଥିଲା। ଫଳରେ ସେ ପୋଷ୍ଟକୁ ହଟାଇ ଦେଇଛନ୍ତି। କହି ରଖୁଛୁ କି, ରାଜକୁମାର ରାଓ ଓ ପତ୍ରଲେଖା ନଭେମ୍ବର ୧୫ରେ ଚଣ୍ଡୀଗଡ଼ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ବିବାହରେ କେବଳ ପରିବାର ଲୋକ ଏବଂ କିଛି ଖାସ୍‌ ସାଙ୍ଗସାଥୀ ଯୋଗ ଦେଇଥିଲେ। ପତ୍ରଲେଖା ଓ ରାଜକୁମାରଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

ୱାର୍କଫ୍ରଣ୍ଟ ବିଷୟରେ କଥା ହେବା ତ ରାଜକୁମାର ରାଓ ଓ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ‘ବଧାଇ ଦୋ’ ୧୧ ଫେବୃଆରୀରେ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରର ଟ୍ରେଲର ନିକଟରେ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକମାନଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଛି। ଫିଲ୍ମରେ ରାଜକୁମାର ଗେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ।

 

View this post on Instagram

 

A post shared by Viral india💓 (@viralindiaa247)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.