Tv ଆକ୍ଟର ଆଶିଷ ରୟ ICUରେ ଭର୍ତ୍ତି, ଆର୍ଥିକ ସଙ୍କଟ ଯୋଗୁ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ କଲେ ଗୁହାରି

‘ଶାଶୁରାଲ ସିମର କା’ ଓ ‘କୁଛ ରଙ୍ଗ ପ୍ୟାର କେ ଏସେ ଭି’ ଭଳି ସିରିୟଲରେ ନଜର ଆସିଥିବା ଜଣାଶୁଣା ଟିଭି ଆକ୍ଟର ଆଶିଷ ରୟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଗୋରେଗାଁବର ଏସଆରବି ମଲ୍ଟିସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରୋଗ ଯୋଗୁ ଆଶିଷ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। କେବଳ ଏତିକି ନୁହେଁ, ସେ ଫେସବୁକ ପୋଷ୍ଟ ଜରିଆରେ ଫ୍ୟାନମାନଙ୍କୁ ସହାୟତା ପାଇଁ ନିବେଦନ ମଧ୍ୟ କରିଥିଲେ।

ଆକ୍ଟର ନିଜ ପୋଷ୍ଟରେ କହିଛନ୍ତି, ‘ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ଏବଂ ବହୁତ ଅସୁସ୍ଥ ଅଛନ୍ତି। ଡାଏଲିସିସ ପାଇଁ ଅତିରିକ୍ତ ପଇସାର ଆବଶ୍ୟକତା ଅଛି’। ଆଶିଷ ରୟଙ୍କ ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ ଏବଂ ସାଙ୍ଗମାନେ ତୁରନ୍ତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହାସହିତ କିଛି ଲୋକ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଡିଟେଲ ମଧ୍ୟ ମାଗିଥିଲେ।

5

କହି ରଖୁଛୁ, 2019ରେ ଆଶିଷଙ୍କୁ ପାରାଲିସିସ ଆଟାକ ଆସିଥିଲା। ଏହାପରେ ସେ କାମ କରିବା ବନ୍ଦ କରିଦେଇଥିଲେ। ଅଭିନେତା ଜଣକ କହିଥିଲେ, ସେ ନିଜର ଜମା ପୁଞ୍ଜି ଜରିଆରେ ଚିକିତ୍ସାର ଖର୍ଚ୍ଚ ଉଠାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.