ଲକଡାଉନ ଯୋଗୁ ଘରକୁ ଫେରି ପାରିଲେନି ମାଆ, ବାପା ତ ପୋଲିସ ପିଲାଙ୍କ ପାଇଁ ଥାନାକୁ ହିଁ କରିଦେଲା ସ୍କୁଲ

ଦିଲ୍ଲୀର ଗ୍ରେଟର କୈଳାଶରେ ଦୁଇ ସ୍କୁଲ ଛାତ୍ରୀ ଏବଂ ଅନ୍ୟ 3ଜଣ ପିଲାଙ୍କ ବାପା, ମାଆ ଲକଡାଉନ ଯୋଗୁ ଘରକୁ ଫେରିପାରି ନାହାନ୍ତି। ଫଳରେ ସ୍ଥାନୀୟ ପୋଲିସ ପିଲାମାନଙ୍କୁ ଥାନାକୁ ନେଇଆସିଛି। ଏହି ପିଲାମାନେ କୈଳାଶ କଲୋନୀର ଏମସିଡି ଆଦର୍ଶ ସ୍କୁଲରେ ପାଠ ପଢୁଛନ୍ତି। ଦୁଇଜଣ ଝିଅ ପ୍ରଥମ ଓ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ 3 ପିଲା ସ୍କୁଲ ଯାଇନାହାନ୍ତି। ପିଲାମାନଙ୍କ ପାଇଁ ପୋଲିସ କର୍ମଚାରୀମାନେ ଥାନାକୁ ହିଁ ସ୍କୁଲ କରିଦେଇଛନ୍ତି ଏବଂ ସେଠାରେ ଏବେ ପିଲାଙ୍କ ପାଠପଢା ଚାଲିଛି।

ମୁଖ୍ୟ କନଷ୍ଟେବଳ ତାରା ଚନ୍ଦ ଓ ନିଲମ ପ୍ରତିଦିନ ସେମାନଙ୍କୁ ପାଠ ପଢେଇବାକୁ ଆସୁଛନ୍ତି। 10 ଏପ୍ରିଲରୁ ଏଠାରେ ପାଠପଢା ଚାଲିଛି। ତେବେ ପ୍ରଥମରୁ ବାପା, ମାଆ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପୋଲିସକୁ ଅନୁମତି ଦେବାକୁ ରାଜି ହେଉ ନ ଥିଲେ। କିନ୍ତୁ ପରେ ସେମାନେ ମାନିଥିଲେ। ବରିଷ୍ଠ ଅଧିକାରୀମାନେ ବୋର୍ଡ, ରଙ୍ଗ ପୁସ୍ତକ ଏବଂ ଅନ୍ୟ ସ୍ଥିର ସାମଗ୍ରୀ ପ୍ରଦାନ କରିଛନ୍ତି।

44

10 ଏପ୍ରିଲରେ ଯେବେ ପୋଲିସ କଲୋନୀ ଯାଞ୍ଚ କରିବାକୁ ଆସିଥିଲା ଏବଂ ଲୋକଙ୍କୁ ଖାଦ୍ୟ ବାଣ୍ଟିଥିଲା, ସେହି ସମୟରେ ଏହି ପିଲାଙ୍କ ବିଷୟରେ ଜଣାପଡିଥିଲା। ଏହାପରେ ପୋଲିସ ସେମାନଙ୍କୁ ଥାନାକୁ ଆଣି ଖାଦ୍ୟ ଓ ମାସ୍କ ମଧ୍ୟ ପ୍ରଦାନ କରିଥିଲା। ଏବେ ଗରମ ଯୋଗୁ ପୋଲିସ କର୍ମଚାରୀମାନେ ପିଲାଙ୍କୁ ସକାଳ 5ଟାରୁ 6ଟା ପାଠ ପଢ଼ାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.