ନିଜ ଭୟଙ୍କର ରୋଗ ବିଷୟରେ ଜଣାଇଲେ ଟ୍ଵିଙ୍କିଲ ଖାନା, ଫ୍ୟାନ୍ସ ଚିନ୍ତାରେ

ଅଭିନେତ୍ରୀରୁ ଲେଖିକା ସାଜିଥିବା ଟ୍ଵିଙ୍କଲ ଖାନା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ସେ କେବେ ବି ନିଜ ପ୍ରଶଂସକଙ୍କୁ ଖୁସି କରିବାରେ ଅସଫଳ ହୁଅନ୍ତି ନାହିଁ। ନିଜର ସେନ୍ସ ଅଫ୍‌ ହ୍ୟୁମର ଯୋଗୁଁ ବେଳେ ବେଳେ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଦିଅନ୍ତି କିମ୍ବା ଫ୍ୟାନ୍ସଙ୍କ ମୁହଁରେ ହସ ଫୁଟାଇ ଦିଅନ୍ତି। ନିକଟରେ ଟ୍ଵିଙ୍କିଲ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ନିଜ ରୋଗ ବିଷୟରେ କହିଥିଲେ। ଯାହା କାରଣରୁ ସେ ଅନେକ ସମସ୍ୟା ଦେଇ ଗତି କରୁଥିଲେ।

ଟ୍ଵିଙ୍କିଲ ଖାନା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ଟ୍ଵିଙ୍କିଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ମାପଫିତାରେ କିଛି ମାପୁଥିବା ନଜର ଆସିଛନ୍ତି। ଆଉ ଲେଖିଛନ୍ତି, କିପରି ସେ ସମସ୍ୟାରେ ପଡିଥିଲେ, ତାହା କହିଛନ୍ତି।

 

View this post on Instagram

 

A post shared by Twinkle Khanna (@twinklerkhanna)

ପୋଷ୍ଟ ସହିତ କ୍ୟାପସନରେ ଲେଖିଛନ୍ତି, ‘ଦୁଇ ଥର ମାପ ଏବଂ ଥରେ କାଟ। ମୁଁ ସବୁବେଳେ ଏମିତି କରୁଛି, ଯେତେବେଳେ ଲେଖୁଛି କିନ୍ତୁ ମୁଁ ଚାହୁଁଛି ମୁଁ ଯେତେବେଳେ ଏହାକୁ କହିବି, ସେତେବେଳେ ଏହାକୁ କରିପାରିବ। ସବୁବେଳେ ପରି ଆଜି ବି ଅସୁବିଧାରେ। ବୁଝି ବିଚାରି ନ କହିବା ରୋଗ କାରଣରୁ ଅନେକ ସମସ୍ୟାରେ ପଡୁଛି। ଯାହା ଅତ୍ୟନ୍ତ ଲଜ୍ୟାଜନକ #FootInTheMouth’। ଟ୍ଵିଙ୍କିଲଙ୍କର ଏପରି ରୋଗ ବିଷୟରେ ଶୁଣି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.