ମାଙ୍କଠୁ ଚପଲରେ ମାଡ ଖାଇଥିଲେ ଅମିଷା ! ଜାଣନ୍ତୁ କାହିଁକି

ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଅମିଷା ପଟେଲ । ମୁମ୍ବାଇରେ ଏକ ଗୁଜୁରାତି ପରିବାରରେ ୧୯୭୬ ମସିହା ଜୁନ ୯ ରେ ଅମିଷାଙ୍କର ଜନ୍ମ ହୋଇଥିଲା । ୨୦୦୦ ମସିହା ରେ ଫିଲ୍ମ କହୋ ନା ପ୍ୟାର ହେ ରୁ ବଲିଉଡରେ କେରିଅର ଆରମ୍ଭ କରିଥିବା ଆମିଷାଙ୍କୁ ପ୍ରଥମ ଫିଲ୍ମ ରୁ ହିଁ ସଫଳତା ମିଳିଥିଲା । ୨୦୦୧ ରେ ହୋଇଥିବା ଫିଲ୍ମ ଗଦ୍ଦାର ସେ ଏକ ବଡ ସଫଳତା ପାଇଥିଲେ । ଫିଲ୍ମଟି ସିନେ ଦର୍ଶକ ଙ୍କୁ ଗଭୀର ଭାବେ ଛୁଇଁ ଥିଲା । ଫିଲ୍ମ କୁ ଆସିବା ପୂର୍ବରୁ ଆମିଷା ଙ୍କର ବିଜିନେସ ମେନ ନେସ ବଡ଼ିଆଙ୍କ ସହିତ ଆଫେୟାର ଥିଲେ । ନେସ ବଡ଼ିଆ ଆମିଷାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଆମିଷା କିନ୍ତୁ ନିଜ କେରିଅର କୁ ଆଗକୁ ନେବାକୁ ଚାହୁଁଥିଲେ । ଏହି ସବୁ କାରଣରୁ ଦୁହିଁଙ୍କର ବ୍ରେକ ଅପ ହୋଇ ଯାଇଥିଲା ନେସ ବଡ଼ିଆଙ୍କ ର ଆଫେୟାର ବହୁ ବର୍ଷ ଯାଏ ଅଭିନେତ୍ରୀ ପ୍ରୀତି ଜିଁତ୍ତାଙ୍କ ସହିତ ଥିଲା ।ପରବର୍ତୀ ସମୟରେ ଆମିଷାଙ୍କ ନାମ ଡ଼ାଇରେକ୍ଟର ଓ ପ୍ରଡୁସର ବିକ୍ରମ ଭଟଙ୍କ ସହ ଯୋଡ଼ା ହୋଇଥିଲା । ବିକ୍ରମ ଏବଂ ଆମିଷା ଙ୍କ ସମ୍ପର୍କକୁ ଆମିଷାଙ୍କ ପରିବାର ଗ୍ରହଣ କରୁନଥିଲେ । ଆମିଷା ମିଡ଼ିଆକୁ ଦେଇଥିବା ଏକ ବୟାନରେ ନିଜ ମାଙ୍କ ଠୁ ଚପଲ ରେ ମାଡ ଖାଇଥିବା କଥା କହିଥିଲେ । ୨୦୦୮ ମସିହା ରେ ବିକ୍ରମ ଏବଂ ଆମିଷାଙ୍କର ବ୍ରେକ ଅପ ହୋଇଯାଇଥିଲା । ଏହା ପରେ ପ୍ରପଟି କୁ ନେଇ ତାଙ୍କ ପରିବାର ସହିତ ବିବାଦ ହୋଇଥିଲା। ଆମିଷା ନିଜ ପିତାଙ୍କ ଉପରେ ୧୨ କୋଟି ଟଙ୍କା ହେରଫେରର ଅଭିଯୋଗ ଆଣିଥିଲେ । ତାଂକ କହିବାନୁଯାୟୀ ତାଂକ ପିତା ଟଂକାର ଦୁରୁପଯୋଗ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.