ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଲୈଲା ମଜନୁର ଗୀତ ହାଫିଜ୍ ହାଫିଜ୍

ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଲୈଲା ମଜନୁର ଗୀତ ହାଫିଜ୍ ହାଫିଜ୍ । ମୋହିତ ଚୌହାନ୍ ଗୀତଟିକୁ ଗାଇଛନ୍ତି । ମ୍ୟୁଜିକ ଦେଇଛନ୍ତି ନିଲାଦ୍ରୀ କୁମାର। ଲେଖିଛନ୍ତି ଇର୍ଶାଦ କାମିଲ। ଜବ ୱି ମେଟ୍, ହାଇୱେ, ରକଷ୍ଟାର ଓ ତମାଶା ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଇମତିଆଜ ଅଲ୍ଲୀ ଏଥର ଦର୍ଶକଙ୍କ ପାଖକୁ ଆସୁଛନ୍ତି ଏକ ଏପିକ ଲଭ୍ ଷ୍ଟୋରୀ ନେଇ। ଫିଲ୍ମର କାହାଣୀ ଇମତିଆଜ ଅଲ୍ଲୀ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ ଅଲ୍ଲୀ। ବାଲାଜୀ ଟେଲିଫିଲ୍ମସ ଫିଲ୍ମର ପ୍ରଯୋଜନା କରୁଛି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ସେପଟେମ୍ବର ୭ରେ ରିଲିଜ ହେବ ଲୈଲା ମଜନୁ ।