Below header

ଭାରତ କବଜାରେ ତୃତୀୟ ଟେଷ୍ଟ

ନର୍ଟିଂହାମ : ଭାରତ କବଜାରେ ତୃତୀୟ ଟେଷ୍ଟ । ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ଇଂନିସ ବଳରେ ଭାରତ ନର୍ଟିଂହାମ ଟେଷ୍ଟର ଦ୍ୱିତୀୟ ପାଳିରେ ୭ ୱିକେଟ ବିନିମୟରେ ୩୫୨ ରନ୍ କରି ପାଳି ଶେଷ କରିଛି। ଏଥିସହ ଇଂଲମ୍ଡ ।ଗରେ ୫୨୧ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ। ଦ୍ୱିତୀୟ ପାଳିରେ ବିରାଟ କୋହଲି ଟେଷ୍ଟରେ ୨୩ତମ ଶତକ ହାସଲ କରିଛନ୍ତି। ସେ ୧୦୩ ରନର ଦମଦାର ପାଲି ଖେଳିଛନ୍ତି। ଚେତେଶ୍ୱର ପୂଜାରା ୭୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୨ ରନର ଦ୍ରୁତ ପାଳି ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ ସଫଳତମ ବୋଲର ଭାବେ ଆଦିଲ ରସିଦ ସର୍ବାଧିକ ୩ ୱିକେଟ ନେଇଥିବାବେଳେ ବେନ ଷ୍ଟୋକ ୨ଟି ନେଇଛନ୍ତି। ମ୍ୟାଚ୍ ଶେଷ ହେବାକୁ ଆଉ ଦୁଇ ଦିନ ବାକି ଥିବାବେଳେ ଭାରତ ତାର ଚମତ୍କାର ପ୍ରଦର୍ଶନ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.