ଚାଲିଗଲେ ବଲିଉଡର ଆଉଜଣେ ଜଣାଶୁଣା ଅଭିନେତା, ଭାଙ୍ଗିପଡିଛନ୍ତି ପରିବାର

ଜଣାଶୁଣା ଅଭିନେତା ବିଶ୍ୱ ମୋହନ ବଡୋଲାଙ୍କର ଦେହାନ୍ତ । ସୂଚନା ଅନୁଯାୟୀ ଗତ 23 ତାରିଖରେ ତାଙ୍କର ଦେହାନ୍ତ ହୋଇଛି , ପ୍ରସିଦ୍ଧ ଅଭିନେତା ବରୁଣ ବାଡୋଲାଙ୍କ ପିତା ଥିଲେ ବିଶ୍ୱ ମୋହନ ବାଡୋଲା । ବିଶ୍ୱ ମୋହନ ବାଡୋଲା ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ଥିଏଟରରେ କାମ କରିଛନ୍ତି । ବରୁଣ ବାଡୋଲାଙ୍କ ମୃତ୍ୟୁ ଖବର ପୁଅ ବରୁଣ ବାଡୋଲାଙ୍କ ପତ୍ନୀ ରାଜେଶ୍ୱରୀ ସଚ୍ଚଦେବ ଦେଇଛନ୍ତି । ତେବେ ତାଙ୍କର ମୃତ୍ୟୁପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

ବିଶ୍ୱ ମୋହନ ବାଡୋଲା ଅନେକ ଦଶନ୍ଧି ଧରି ଅନେକ ଧାରାବାହିକରେ କାମ କରିଥିଲେ । ସେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବେଶ ଜଣାଶୁଣା । ବିଶ୍ୱ ମୋହନ ବାଡୋଲାଙ୍କୁ ସ୍ୱଦେଶ, ଯୋଦ୍ଧା ଆକବର, ପ୍ରେମ ରତନ ଧନ ପାୟୋ ଏବଂ ମୁନ୍ନା ଭାଇ ଏମବିବିଏସରେ ଦେଖିବାକୁ ମିଳିଥିଲା।

He made teaching way of life for me': Varun Badola pens heartfelt note on  father, veteran actor VM Badola's death

2018 ମସିହାରେ ସେ ତବୁଙ୍କ ଫିଲ୍ମ ମିସିଙ୍ଗରେ ମଧ୍ୟ ଅଭିନୟ କରିଥିଲେ । ଏହା ବ୍ୟତୀତ ଜଲି LLB 2 ଏବଂ ‘ଜଳପରି’ ପରି ଚଳଚ୍ଚିତ୍ରରେ ତାଙ୍କର ଅବଦାନକୁ ବହୁତ ପସନ୍ଦ କରାଯାଇଥିଲା । ତାଙ୍କ ମୃତ୍ୟୁ ବଲିଉଡ ପାଇଁ ଏକ ଗଭୀର କ୍ଷତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.