Xiaomi ଲଞ୍ଚ୍ କଲା ନୂଆ ପାୱର ବ୍ଯାଙ୍କ, ଫୋନ୍ ଚାର୍ଜ କରିବା ସହିତ ଶୀତଦିନରେ ହାତକୁ ରଖିବ ଗରମ

Xiaomi ଏମିତି ଏକ ପାୱର ବ୍ଯାଙ୍କ ଲଞ୍ଚ କରିଛି, ଯାହା ଶୀତଦିନରେ ଆପଣଙ୍କ ହାତକୁ ଗରମ ରଖିବ। କମ୍ପାନୀ AMI Hand Warmer Power Bank ଲଞ୍ଚ କରିଛି। ଏହା ୫,୦୦୦ mAh ବ୍ଯାଟେରୀ ସହିତ ଜଲଦି ଚାର୍ଜ କରିବାର ସପୋର୍ଟ ମିଳିବ।

ଖାସ୍ କଥା ହେଉଛି, ଏହି ପାୱର ବ୍ଯାଙ୍କ ମୋବାଇଲ ସହିତ ଶୀତଦିନରେ ଆପଣଙ୍କ ହାତକୁ ଥଣ୍ଡାରୁ ରକ୍ଷା କରିବେ। କମ୍ପାନୀ ମୁତାବକ, ଆପଲ୍ 5W iPhone 12ଚାର୍ଜର ଠାରୁ ଫାଷ୍ଟ ଚାର୍ଜ କରିଥାଏ। ଏଥିରେ PTC ଟାଇପ ଟେମ୍ପ୍ରେଚର ହିଟିଂ ଟେକନୋଲଜିର ବ୍ଯବହାର କରାଯାଇଛି। ଯାହା ହାତକୁ ଗରମ ରଖିବ।

pwoer bank 1

କମ୍ପାନୀ କହିଛି ଯେ, ପାୱର ବ୍ଯାଙ୍କ ଜଲଦି ଗରମ ହୋଇଯାଏ, ଆଉ ଯେତିକି ମଣିଷ ଶରୀରକୁ ଗରମ ଦରକାର ସେତିକି ରହିଥାଏ। ଏହି ପାୱର ବ୍ଯାଙ୍କ ୫୨ ଡିଗ୍ରୀ ସେଲସିୟସ ପର୍ଯ୍ଯନ୍ତ ଗରମ ହୋଇଥାଏ। ଏହି ପାୱର ବ୍ଯାଙ୍କର ମୂଲ୍ଯ ୧୦୦୦ ଟଙ୍କା ରହିଛି। ଏବେ ଏହାର ବିକ୍ରି ଚୀନରେ ହେଉଛି। କିନ୍ତୁ ଭାରତରେ କେବେ ଆସିବ ତାହା ଜଣାପଡିନାହିଁ।

ଏହାଛଡା ଏଥିରେ ଏଲିଡି ଲାଇଟ ଦିଆଯାଇଛି, ଯାହା ଟର୍ଚ ଲାଇଟ ଭଳି କାମ କରିଥାଏ। ଏହା ପାୱର ବ୍ଯାଙ୍କ ସାହାଯ୍ଯରେ ସ୍ମାର୍ଟଫୋନ, ବ୍ଲୁଟୁଥ ଡହଡସେଟସ୍, ସ୍ମାର୍ଟ ବ୍ଯାଣ୍ଡ, ଏବଂ ସ୍ମାର୍ଟୱାଚ ମଧ୍ୟ ଚାର୍ଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.