Below header

ପଞ୍ଚୁକରେ ଗରମ ଗରମ ପରଠା କିମ୍ବା ପୁରି ସହ “କାଶ୍ମିରୀ ଦମ ଆଳୁ”ର ମଜା ନିଅନ୍ତୁ

ଭାରତୀୟ ଖାଦ୍ୟ ତାଲିକାରେ ଆଳୁକୁ ଏକ ସାଧାରଣ ପରିବା ଭାବରେ ଧରାଯାଏ । କିନ୍ତୁ ଛୋଟରୁ ବୁଢା ସମସ୍ତେ ଏହାକୁ ଖୁବ ପସନ୍ଦ କରନ୍ତି । ଖାଲି ଭଜା, ତରକାରୀ ବ୍ୟତୀତ ଯଦି ଏହାକୁ କିଛି ନୂଆ ଟ୍ୱିଷ୍ଟ ଦେଇ ପ୍ରସ୍ତୁତ କଲେ ଏହାର ସ୍ୱାଦ ଅନେକ ଗୁଣା ବଢିଯିବା ସହିତ ଖାଇବାରେ ଏକ ଭିନ୍ନ ମଜା ବି ଆସିଯାଏ । ଏହି କାରଣରୁ ଆଜି ଆମେ ଆପଣଙ୍କ ପାଇଁ “କାଶ୍ମିରୀ ଦମ ଆଳୁ” ରେସିପି ନେଇ ଆସିଛୁ ।

ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ସିଝା ଆଳୁ: ୩୦୦ ଗ୍ରାମ

ଟମାଟୋ ; ୨୫୦ ଗ୍ରାମ

କଞ୍ଚା ଲଙ୍କା; ୧ ରୁ ୨ ଟି

ଅଦା; ଗୋଟେ ଇଂଚ

କାଜୁ; ୮ ରୁ ୧୦ ଟି

ଧନିଆ ପତ୍ର; ଛୋଟ ଚାମଚ

ତେଲ; ୩ ଚାମଚ

ଜିରା; ଗୋଟେ ଚୁଟକୀ

ହେଙ୍ଗୁ

kashmiri dum aloo

ଡାଲଚିନି; ଖଣ୍ଡେ

ଇଲାଇଚି; ଖଣ୍ଡେ

ଲବଙ୍ଗ- ୨ଟି

ଗୋଲମରିଚ- କିଛି

ହଳଦୀ ଗୁଣ୍ଡ- ଛୋଟ ଚାମଚ

କାଶ୍ମିରୀ ଲଙ୍କା ଗୁଣ୍ଡ; ଛୋଟ ଚାମଚ

ଧନିଆ ଗୁଣ୍ଡ- ଗୋଟେ ଚାମଚ

ଗରମ ମସଲା; ଛୋଟ ଚାମଚ

କସ୍ତୁରୀ; ଛୋଟ ଚାମଚ

ଲୁଣ ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ;

ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ । ଏବେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଗୋଳାଇ ଦିଅନ୍ତୁ । ଏବେ ଟମାଟୋ , ଅଦା, ଲଙ୍କା, କାଜୁର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ | ଏବେ ଆଳୁ ପକାଇ ବାଦାମୀ ରଙ୍ଗର ହେବା ଯାଏଁ ଭାଜନ୍ତୁ । ଏବେ ଆଉ ଏକ ପାତ୍ରରେ ୨ ଚାମଚ ତେଲ ଗରମ କରନ୍ତୁ । ଏବେ ସେଥିରେ ଜିରା, ଡାଲଚିନି , ଲବଙ୍ଗ, ଗୋଲମରିଚ, ଇଲାଇଚି, ପକାନ୍ତୁ । ଏବେ ସେଥିରେ ହେଙ୍ଗୁ, ହଳଦୀ , ଧନିଆ ଗୁଣ୍ଡ, କସ୍ତୁରୀ ମେଥି ଦିଅନ୍ତୁ । ଏବେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଟମାଟୋ ପେଷ୍ଟ ଦିଅନ୍ତୁ ।

ଏବେ ମସଲାକୁ ଭଲ ଭବେ କଷି ଦିଅନ୍ତୁ । ଏବେ ଗୋଟେ କପ ପାଣି ଦେଇ ମିକ୍ସ କରିଦିଅନ୍ତୁ । ଏବେ ନିଜ ଗ୍ରେଭିରେ ଗରମ ମସଲା, ଲୁଣ, ଧନିଆ ପତ୍ର ପକାନ୍ତୁ । ଏବେ ସିଝା ଆଳୁ ପକାନ୍ତୁ । ଚୁଲି ଧୀର ଆଁଚରେ ରଖି ୪ ରୁ ୫ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ଆପଣଙ୍କ “କାଶ୍ମିରୀ ଦମ ଆଳୁ” ପାସ୍ତୁତ ହୋଇଗଲା । ଏବେ ସେଥିରେ ଧନିଆ ପତ୍ର ଦେଇ ସଜାନ୍ତୁ ଓ ପରଟା, ପୁରୀ ସହ ମଜା ନିଅନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.