ବିଗିଡିଲା ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟ, ଆଇସିୟୁରେ ଭର୍ତ୍ତି

ଲୋକପ୍ରିୟ ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଜୁହୁରେ ଥିବା ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତନୁଜାଙ୍କୁ ବାର୍ଦ୍ଧକ୍ୟଜନିତ ସମସ୍ୟା ରହିଥିବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଜୁହୁରେ ଥିବା ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତନୁଜାଙ୍କୁ ବାର୍ଦ୍ଧକ୍ୟଜନିତ ସମସ୍ୟା ରହିଥିବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଏ ନେଇ ଅଧିକ ବିବରଣୀ ସାମ୍ନାକୁ ଆସିନାହିଁ ।

ଖବର ମୁତାବକ, ତନୁଜା ଅଣ୍ଡର ଅବଜରଭେସନରେ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି । ୮୦ ବର୍ଷୀୟ ଅଭିନେତ୍ରୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟକୁ ଲଗାତାର ମନିଟର କରାଯାଇଛି ।

ତେବେ ତନୁଜାଙ୍କୁ କୌଣସି ପରିଚୟ ଦରକାର ନାହିଁ । ସେ ହିନ୍ଦୀ ଏବଂ ବଙ୍ଗାଳି ଫିଲ୍ମରେ କାମ କରିସାରିଛି । ତନୁଜାଙ୍କ ଝିଅ କାଜୋଲ ଏବଂ ତନିଷା ବଲିଉଡରେ ମଧ୍ୟ ବେଶ ଲୋକପ୍ରିୟ । ତନୁଜା ୧୯୪୩ରେ ଜନ୍ମଗ୍ରହଣ କରିଥିଲେ । କମ୍‌ ବୟସରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ୧୬ ବର୍ଷ ବୟସରେ ପ୍ରଥମ ଫିଲ୍ମ (ଛବିଲି) ରିଲିଜ ହୋଇଥିଲା । ଏହାପରେ ୧୯୬୨ରେ ଫିଲ୍ମ ‘ମେମ୍‌ ଦିଦି’ରେ ନଜର ଆସିଥିଲେ ।

ଏହାଛଡା ହାତୀ ମେରେ ସାଥି, ମେରେ ଜୀବନ ସାଥି, ବାହାରେ ଫିର ଭି ଆଏଗୀ ଭଳି ଫିଲ୍ମରେ କାମ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.