Below header

ଟାଇଗର ଶ୍ରଫଙ୍କ ଏହି ଭିଡିଓକୁ ଦେଖିସାରିଲେଣି ୧୩ ଲକ୍ଷରୁ ଅଧିକ ଭ୍ୟୁୟର, ଶିଳ୍ପା କହିଲେ, ‘ବାପ୍‌ ରେ!’

ହିନ୍ଦୀ ସିନେମା ଜଗତରେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ନିଜ ଫିଟନେସ୍‌କୁ ନେଇ ବହୁତ ଗମ୍ଭୀର ଥାଆନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଭିନେତା ହେଉଛନ୍ତି ଟାଇଗର ଶ୍ରଫ୍‌। ଏବେ ଏବେ ଟାଇଗରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୨୦୦ କିଲୋଗ୍ରାମର ଓଜନ ଉଠାଉଛନ୍ତି। ଏହି ଭିଡିଓକୁ ଦେଖିବା ପରେ କେବଳ ତାଙ୍କ ପ୍ରଶଂସକ ନୁହନ୍ତି, ବରଂ ଫିଲ୍ମ ଜଗତର ସେଲିବ୍ରିଟିମାନେ ତାଙ୍କୁ ତାରିଫ୍‌ କରିବାରେ ପଛାଇ ନାହାନ୍ତି।

ti2

ଏହି ଭିଡିଓକୁ ଟାଇଗର ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଏଥିରେ କ୍ୟାପସନ ଦେଇଛନ୍ତି ଯେ ‘ଜିମ୍‌ରେ ଏମିତି କଠିନ ପରିଶ୍ରମ କରି କରି ବହୁତ ଲମ୍ବା ସମୟ ହୋଇଗଲା। ହାଇସ୍କୁଲ ସମୟରେ ବହୁତ ହାଲକା ଅନୁଭବ କରୁଥିଲି’। ଟାଇଗରଙ୍କ ଏହି ଭିଡିଓକୁ ଏ ପଯ୍ୟର୍ନ୍ତ ୧୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ତେବେ ଏହି ଭିଡିଓ ଉପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କମେଣ୍ଟ କରି ଲେଖିଛନ୍ତି, ‘ବାପ୍‌ ରେ!’। ସେହିପରି ଡିନୋ ମଧ୍ୟ ଲେଖିଛନ୍ତି, ‘ବହୁତ ବଢ଼ିଆ। ମୋ ହିସାବରେ ଏହା ସବୁଠୁ ଭଲ ବ୍ୟାୟାମ’।

ଏହାସହ ପଢ଼ନ୍ତୁ: ରିୟଲିଟି ସୋ’ବିଗ୍‌ ବସ୍‌’କୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା, ଚଳିତ ବର୍ଷ ନଜର ଆସିବେ ନାହିଁ ଜଲ୍ଲାଦ୍‌

ti4

ଖୁବ୍‌ ଜଲଦି ଟାଇଗର ଶ୍ରଫ୍‌ ହ୍ରିତିକ୍‌ ରୋଶନଙ୍କ ସହିତ ‘ଓ୍ଵାର୍‌’ ଫିଲ୍ମରେ ନଜର ଆସିବେ। ଏଥିରେ ବାଣୀ କପୁର ମଧ୍ୟ ରହିଛନ୍ତି। ଟାଇଗର ଫିଲ୍ମର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଏହି ଯୁଦ୍ଧରେ କେବଳ ଜଣେ ହିଁ ଜିତିବ, ହ୍ରିତିକ୍‌ ରୋଶନ, କ’ଣ ଆପଣ ହାରିବା ପାଇଁ ପ୍ରସ୍ତୁତ ଅଛନ୍ତି?’ ହ୍ରିତିକ୍‌ ମଧ୍ୟ ଅଲଗା ଢଙ୍ଗରେ ଉତ୍ତର ରଖିଛନ୍ତି, ‘ଏହା ଏକ ଜଙ୍ଗ୍‌ ଅଟେ। ମୋ ଆକ୍ସନ ମୋ ଶବ୍ଦଠୁ ବେଶି ଧମାକାଦାର ହେବ। ୨ ଅକ୍ଟୋବରରେ ତୁମକୁ ଭେଟୁଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.