ଅଭ୍ୟାସ ମ୍ୟାଚ୍ରେ ଚେତେଶ୍ୱର ପୂଜାରାଙ୍କ ଚମକ, ଶତକ କରି ଚେତାବନୀ ଦେଲେ ଇଣ୍ଡିଜ୍କୁ

େଓ୍ଵଷ୍ଟଇଣ୍ଡିଜ୍ର କୁଲିଜ୍ ଠାରେ ଚାଲିଥବା ଅଭ୍ୟାସ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା । େଓ୍ଵଷ୍ଟଇଣ୍ଡିଜ୍-ଏ ଦଳ ସହିତ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମ ପାଳିରେ ୫ ଓ୍ଵିକେଟ୍ ହରାଇ ୨୯୭ ରନ୍ କରିଛି । ପୂଜାରା ୧୦୦, କେଏଲ୍ ରାହୁଲ ୩୬, ମଧ୍ୟଭାଗରେ ଆସି ବ୍ୟାଟିଂ କରିଥିବା ରୋହିତ ଶର୍ମା ୬୮, ହନୁମା ବିହାରୀ ୩୭ ଏବଂ ଋଷଭ ନ୍ତ ୩୩ ରନ୍ କରିଥିଲେ । ରାହୁଲଙ୍କ ସହ ଓପନିଂ କରିଥିବା ମୟଙ୍କ ଅଗ୍ରଓ୍ଵାଲ ୧୨ ରନ୍ କରି ଆଉଟ୍ ହୋଇଥିଲେ । ପରେ ଇଣ୍ଡିଜ୍ ଏ’ ଦଳ ପ୍ରଥମ ୧୦ ଓଭର୍ ଖେଳରେ ୨ଟି ଓ୍ଵିକେଟ୍ ହରାଇ ୩୨ ରନ୍ କରିଛି । ଦୁଇଟିଯାକ ଓ୍ଵିକେଟ୍ ଭାରତୀୟ ପେସ୍ ବୋଲର୍ ଇଶାନ୍ତ ଶର୍ମା ଦଖଲ କରିଛନ୍ତି ।
ଆସନ୍ତା ୨୨ ତାରିଖରୁ ଭାରତ ଓ ଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ ।