Below header

ଅଭିନେତ୍ରୀ ବିଦ୍ୟା ବାଲନ ବ୍ଲାଉଜ କପଡ଼ାରେ ତିଆରି କଲେ ମାସ୍କ, Video ସେୟାର କରି ଶିଖାଇଲେ ଏହାର ସହଜ ପ୍ରଣାଳୀ

ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସମସ୍ତେ ନିଜ ନିଜ ସମ୍ବଳ ଅନୁସାରେ ଆଗକୁ ବାହାରୁଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ। ସେ ନିଜ ଇନଷ୍ଟାଗ୍ରାମରେ ଏକ ଖାସ ଭିଡ଼ିଓ ସେୟାର କରିଛନ୍ତି। ଏଥିରେ ସେ ଲୋକଙ୍କୁ ଘରେ ରହି ମାସ୍କ ତିଆରି କରିବାର ସହଜ ଉପାୟ ଶିଖାଉଛନ୍ତି।

ବିଦ୍ୟା କହୁଛନ୍ତି, ‘ସାରା ବିଶ୍ୱରେ ଏବେ ମାସ୍କର ବହୁତ ଅଭାବ ରହିଛି। ଯେମିତି କି ଆମ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ଘରେ ହିଁ ମାସ୍କ ତିଆରି କରିପାରିବେ। ଓଢଣୀ, ସ୍କାରଫ, ପୁରୁଣା ଶାଢିରୁ ସହଜରେ ମାସ୍କ ତିଆରି କରିପାରିବେ। ଆଜି ମୁଁ ବ୍ଲାଉଜ ପିସରୁ ମାସ୍କ ତିଆରି କରିବାକୁ ଯାଉଛି। ଏଥିପାଇଁ ମୋତେ କେବଳ ଦୁଇଟି ବ୍ୟାଣ୍ଡ ଦରକାର। ରବର ବ୍ୟାଣ୍ଡ ହେଲେ ବି ଚଳିବ’।

 

View this post on Instagram

 

#ApnaDeshApnaMask #HomeMadeMasks @apnamask @startupsvscovid P.S:Ek purani saree ko kar bahut saare masks ban sakte hain.

A post shared by Vidya Balan (@balanvidya) on

ଭିଡ଼ିଓରେ ବିଦ୍ୟା ଖୁବ ସହଜରେ ମାତ୍ର କିଛି ସମୟ ଭିତରେ ମାସ୍କ ତିଆରି କରି ଦେଖାଇ ଦେଉଛନ୍ତି। ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରାଯାଉଥିବା ବେଳେ ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.