ବିଦ୍ୟା ବାଲନଙ୍କ ‘ଜଲ୍‌ସା’ର ଜବରଦସ୍ତ ପୋଷ୍ଟର ରିଲିଜ୍‌; ଲୋମ ମୂଳ ଟାଙ୍କୁରାଇ ଦେବ ଫିଲ୍ମର କାହାଣୀ

ପ୍ରାଇମ୍ ଭିଡିଓ ବହୁ ପ୍ରତୀକ୍ଷିତ ଡ୍ରାମା-ଥ୍ରୀଲର ‘ଜଲସା’ର ଗ୍ଲୋବାଲ ପ୍ରିମିୟର୍ ଘୋଷଣା କରି ଦେଇଛି। ସୁରେଶ ତ୍ରିବେଣୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ବିଦ୍ୟା ବାଲନ୍, ଶେଫାଲି ଶାହ, ମାନବ କୌଲ, ରୋହିଣୀ ହଣ୍ଟଗଡି, ଇକବାଲ୍ ଖାନ୍, ବିଦ୍ୟାତ୍ରୀ ବନ୍ଦି, ଶ୍ରୀକାନ୍ତ ମୋହନ, ଶଫିନ୍ ପଟେଲ ଓ ସୂର୍ଯ୍ୟ କସୀଭଟଲାଙ୍କ ପରି କଳାକାର ନଜର ଆସିବେ। ସୁରେଶ ତ୍ରିବେଣୀ ଏଥି ପୂର୍ବରୁ ‘ତୁମ୍‌ହାରୀ ସୁଲୁ’ ପାଇଁ ବିଦ୍ୟା ବାଲନଙ୍କ ସହିତ କାମ କରି ସାରିଛନ୍ତି। ପ୍ରାଇମ୍ ଭିଡିଓ ଏବଂ ବିଦ୍ୟା ବାଲନଙ୍କ ମଧ୍ୟରେ ଏହା ହେଉଛି ତୃତୀୟ ସହଯୋଗ। ମାର୍ଚ୍ଚ ୧୮ରେ ‘ଜଲସା’ର ପ୍ରିମିୟର ହେବ। ଏହାରି ଭିତରେ ଏହାର ପୋଷ୍ଟର ମଧ୍ୟ ରିଲିଜ୍‌ କରି ଦିଆଯାଇଛି।

ଆମାଜନ ପ୍ରାଇମ ଭିଡିଓ କଣ୍ଟେଣ୍ଟ ଲାଇସେନ୍‌ସିଙ୍ଗର ମୁଖ୍ୟ ମନୀଷ ମେଙ୍ଘାନି କହିଛନ୍ତି, ‘ପ୍ରାଇମ ଭିଡିଓରେ କାହାଣୀ ଚୟନ କରିବା ସମୟରେ ପ୍ରାମାଣିକତା ଏବଂ ସତେଜତା ଖୋଜିବା ଏକ ପ୍ରମୁଖ ସିଦ୍ଧାନ୍ତ ହୋଇଥାଏ। ଡ୍ରାମା ଏବଂ ରୋମାଞ୍ଚର ଭରପୂର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଜଲସା ବାସ୍ତବରେ ଏକ ଭିନ୍ନ କାହାଣୀ, ଯାହାକୁ ଭଲ କଳାକାରମାନଙ୍କର ପ୍ରଦର୍ଶନ ଦ୍ୱାରା ବଢ଼ିଆ କରାଯାଇଛି’।

ଟି-ସିରିଜ୍ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଭୂଷଣ କୁମାର କହିଛନ୍ତି, ‘ଅତୀତରେ ଏୟାରଲିଫ୍ଟ, ଶେର୍‌ନୀ ଓ ଛୋରୀ ଭଳି ଚଳଚ୍ଚିତ୍ର ସହିତ ଆମର ବହୁତ ସଫଳ ସହଯୋଗ ରହି ଆସିଛି ଏବଂ ଜଲସା ସହିତ ସମାନ ଯାଦୁକୁ ପୁଣିଥରେ ଦୋହରାଇବା ପାଇଁ ଆମେ ଉତ୍ସାହିତ ଅଛୁ। ମୁଁ ଆମାଜନ୍ ପ୍ରାଇମ୍ ଭିଡିଓରେ ଫିଲ୍ମର ପ୍ରିମିୟର୍ ପାଇଁ ଉତ୍ସାହିତ ଅଛି। କାରଣ, ଏହାଦ୍ୱାରା ଫିଲ୍ମକୁ ସଠିକ୍‌ ରୂପରେ ବିଶ୍ୱ ସ୍ତରର ଦର୍ଶକ ପ୍ରାପ୍ତ ହେବ, ଯାହାର ଏହା ପ୍ରକୃତ ହକ୍‌ଦାର’।

ଜଲ୍‌ସାର କାହାଣୀ ଜଣେ ସାମ୍ବାଦିକ ଏବଂ ତାଙ୍କ କୁକ୍‌ଙ୍କ ଜୀବନ ଉପରେ ଆଧାରିତ ରହିଛି। ସେମାନଙ୍କ ସଂଘର୍ଷର ଏକ ଆକର୍ଷଣୀୟ ଏବଂ ମନୋରମ କାହାଣୀ ଫିଲ୍ମ ଜଲ୍‌ସାରେ ଦେଖିବାକୁ ମିଳି ପାରିବ। ମନ୍ତ୍ରମୁଗ୍ଧ କରି ଦେଲା ଭଳି ପ୍ରଦର୍ଶନ ଏବଂ ଉତ୍ତମ ଷ୍ଟୋରୀଲାଇନ୍‌ରେ ସଜ୍ଜିତ ଜଲ୍‌ସା ବାସ୍ତବରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ୍‌ ଯୋଗାଇବ। ଏହାର କାହାଣୀ ବେଶ୍‌ ଲୋମ ଟାଙ୍କୁରା ରହିବ।

 

View this post on Instagram

 

A post shared by Vidya Balan (@balanvidya)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.