ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଖୁସି’ର ଚତୁର୍ଥ ଗୀତ ରିଲିଜ

ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁ ସମସ୍ତଙ୍କ ଲାଇଫ୍‌ରେ ଖୁସି ଭରି ଦେବା ପାଇଁ ତାଙ୍କ ଅପକମିଂ ଫିଲ୍ମ ‘ଖୁସି’ ଆସିଛି । ଖୁବ୍‌ ଶୀଘ୍ର ଦୁହିଁଙ୍କୁ ଏକା ସହିତ ସିନେମା ହଲରେ ଦେଖିବା ପାଇଁ ମିଳିବ । ଖୁସିର ତିନୋଟି ଗୀତ ପୂର୍ବରୁ ହିଁ ଦର୍ଶକଙ୍କ ମନକୁ ଛୁଇଁଛି । ଏହାର ଚତୁର୍ଥ ଗୀତ ରିଲିଜ ହେବା ପରେ ଦର୍ଶକଙ୍କ ପସନ୍ଦକୁ ଆଶା ରଖାଯାଇଛି ।

ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଅପକମିଂ ରୋମଣ୍ଟିକ୍‌ ଫିଲ୍ମ ‘ଖୁସି’ ରିଲିଜକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମଟିର ଏପର୍ଯ୍ୟନ୍ତ ୩ଟି ଗୀତ ରିଲିଜ ହୋଇସାରିଛି । ତେବେ ଏହି ଫିଲ୍ମର ଚତୁର୍ଥ ଗୀତ ‘ସାବର ଇ ଦିଲ୍‌ ଟୋଟେ’ରିଲିଜ ହୋଇଛି । ଅନ୍ୟ ଗୀତ ପରି ଏହି ଗୀତ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବା ପରି ହୋଇଛି ।

ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁ ସମସ୍ତଙ୍କ ଲାଇଫ୍‌ରେ ଖୁସି ଭରି ଦେବା ପାଇଁ ତାଙ୍କ ଅପକମିଂ ଫିଲ୍ମ ‘ଖୁସି’ ଆସିଛି । ଖୁବ୍‌ ଶୀଘ୍ର ଦୁହିଁଙ୍କୁ ଏକା ସହିତ ସିନେମା ହଲରେ ଦେଖିବା ପାଇଁ ମିଳିବ । ଯାହାର ଚର୍ଚ୍ଚା ଏବେ ସବୁ ଆଡେ ଚାଲିଛି । ଫିଲ୍ମର ଟ୍ରେଲର ଓ ଏହାର ସବୁ ଗୀତ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ତେବେ ଏହାର ଚତୁର୍ଥ ଗୀତ ରିଲିଜ ହୋଇଛି ଏବଂ ମେକର୍ସ ଆଶା କରିଛନ୍ତି ଯେ, ଗୀତଟି ଦର୍ଶକଙ୍କୁ ପସନ୍ଦ ଆସିବ । ଖୁସିର ତିନୋଟି ଗୀତ ପୂର୍ବରୁ ହିଁ ଦର୍ଶକଙ୍କ ମନକୁ ଛୁଇଁଛି । ତେବେ ଏହାର ଚତୁର୍ଥ ଗୀତ ରିଲିଜ ହେବା ପରେ ଦର୍ଶକଙ୍କ ପସନ୍ଦକୁ ଆଶା ରଖାଯାଇଛି । ସାମନ୍ଥା ଓ ବିଜୟଙ୍କର ଏହି ଗୀତ ଲୋକଙ୍କ ସହ ଭାବନା ସହ ଜଡିତ ହୋଇଛି ।

ନିର୍ଦ୍ଦେଶକ ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଏହି ଗୀତଟିକୁ ଏକ ସୁନ୍ଦର ପୋଷ୍ଟର ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଦୁଇଜଣଙ୍କ କେମେଷ୍ଟ୍ରି ଦେଖିବା ପାଇଁ ମିଳିଛି । ଏହା ସହିତ କ୍ୟାପସନ୍‌ରେ ଲେଖିଛନ୍ତି ଏକ ନୂଆ ଗୀତ ଆପଣଙ୍କ ପ୍ଲେଲିଷ୍ଟରେ ସାମିଲ ହେଲା ।

ଏହି ଗୀତଟିକୁ ବିଶାଲ ମିଶ୍ର ଓ ଗାୟତ୍ରୀ ଅଶୋକନ ବହୁତ ସୁନ୍ଦର ଭାବେ ସ୍ୱର ଦେଇଛନ୍ତି । ଅନ୍ୟପଟେ ଗୀତଟିକୁ ରାକିବ ଆଲାମ ଲେଖିଛନ୍ତି । ଏଥିରେ ସଂଗୀତ ଦେଇଛନ୍ତି ହେଶାମ ଅବଦୁଲ ଓ୍ଵାହାବଙ୍କର । ଶିବ ନିର୍ମାଣ ଏହି ଫିଲ୍ମର ନିର୍ଦ୍ଦେଶକ, ଲେଖକ ଏବଂ ମାଇଥ୍ରି ମୁଭି ମେକର୍ସ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି । ଏହି ଫିଲ୍ମଟି ସେପ୍ଟେମ୍ୱର ୧ ରେ ସିନେମା ହଲ୍‌ରେ ରିଲିଜ ହେବାକୁ ଯାଉଛି । ତେବେ ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଫ୍ୟାନ୍ସ ଏହି ଫିଲ୍ମକୁ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.