ରାଗରେ ଅଭିନେତ୍ରୀ କିଆରା କାଟିଲେ ନିଜ କେଶ, ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡିଓ

ମୁମ୍ବାଇ : ବଲିଉଡରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ଆଧାରିତ ଫିଲ୍ମ ‘ଏମ ଏସ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ’ରେ ସାକ୍ଷୀ ଧୋନୀ ଚରିତ୍ରରେ ନଜର ଆସିଥିବା କିଆରା ଆଡବାଣୀଙ୍କର ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ତାଙ୍କର ଚର୍ଚ୍ଚା କୌଣସି ଫିଲ୍ମ ବା ଗୀତ ପାଇଁ ନୁହଁ ବରଂ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓ ପାଇଁ ହେଉଛି। ଭିଡିଓରେ ଅଭିନେତ୍ରୀ କିଆରା ରାପ୍ ଗାଇବା ସହ ଶେଷକୁ ରାଗିକି ନିଜ କେଶ କାଟୁଥିବା ଦେଖିବାକୁ ମିଳିଛି।

ଗତକାଲି ଅଭିନେତ୍ରୀ କିଆରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଖୁବ ରାଗରେ ରାପ୍ କରୁଥିବା ଦେଖାଯାଇଥିବା ବେଳେ ଶେଷକୁ ନିଜ କେଶ କାଟୁଥିବାର ଦେଖାଯାଇଛି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ କଣ ସତରେ ସେ କେଶ କାଟି ଦେଇଛନ୍ତି ପଚାରିଥିବା ବେଳେ କାହିଁକି ଏମିତି ବୋଲି ପଚାରିଥିଲେ।

 

View this post on Instagram

 

Guilty as charged!!! Just had to chop it off, been neglecting proper hair care for too long and thought this was the only solution ✂️🙈

A post shared by KIARA (@kiaraaliaadvani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.